ମିଳନୀରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରବିବାରସନ୍ଧ୍ୟାରେ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ଦେଇ ତାଙ୍କୁ ଉତ୍କଳୀୟ ବାଙ୍କମୟର ବିରଳ ବିସ୍ମୟ ଭାବରେ ଅଭିହିତକରିଥିଲେ। କବି ବସନ୍ତ କୁମାର ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବି ସମ୍ରାଟଙ୍କ କବିତ୍ଵ ର  ଉତ୍କର୍ଷ ପ୍ରତିପାଦନ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ ଉତ୍କଳୀୟ ବାଙ୍ମୟ ର ସର୍ବଶ୍ରେଷ୍ଠ ପ୍ରଟିଭୁ ଭାବରେ ଅଭିହିତ କରିଥିଲେ। କବୟିତ୍ରୀ ଲିପିକା ଦାସ ପଟ୍ଟନାୟକଙ୍କ ସଂଯୋଜନା ରେ ଶୋଭନା ଜେନା,ଚିନ୍ତାମଣି ମହାଳିକ, ଉମାକାନ୍ତ ବେହେରା, ବିରଞ୍ଚି ନାରାୟଣ ସାମନ୍ତରାୟ, ଜଗନ୍ନାଥ ଜେନା, ଡକ୍ଟର୍ ବିପିନ ବିହାରୀ ମହାପାତ୍ର,ଶାନ୍ତନୁ କୁମାର ମହାପାତ୍ର,ଦେବଦର୍ଶନଦାଶ,ଧୃବାନନ୍ଦ ରାଉତ, ଡକ୍ଟର୍ ସୁମନ୍ତ୍ର ନାଏକ, ହରେକୃଷ୍ଣ ଵେଜ, ପ୍ରତାପ କର୍ମକାର ପ୍ରମୁଖ କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ