କବି ମନୋରଞ୍ଜନ ମହାନ୍ତିଙ୍କୁ ‘ଶବ୍ଦ କୁବେର’ ସମ୍ମାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମର ସୁଲେଖକ ତଥା କବି ମନୋରଞ୍ଜନ ମହାନ୍ତିଙ୍କୁ ‘ଶବ୍ଦ କୁବେର’ ସମ୍ମାନରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରସ୍ଥିତ କିଭା ହୋଟେଲ ପରିସରରେ ଆମ ଅଗଣାର ସଜ ଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ୫ମ ବାର୍ଷିକ ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କୁମାର ଭୂତିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ମିହିର କୁମାର ମେହେର, ବିଶିଷ୍ଟ ଅତିଥି ସନ୍ତୋଷ କୁମାର କର, ମୁଖ୍ୟ ବକ୍ତା ମନୋଜ କୁମାର ମିଶ୍ର, ସମ୍ମାନୀତ ଅତିଥି ବିପିନ କୁମାର ଲେଙ୍କା, ଗୋଲକ କୁମାର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ବାର୍ଷିକ ପତ୍ରିକା ‘ଆମ ଅଗଣାର ସଜ ଫୁଲ’ ଏବଂ ସିକ୍ତା କରଙ୍କର ପୁସ୍ତକ ‘ଆଞ୍ଜୁଲାଏ ଫୁଲ’ ଓ ଗଳ୍ପ ସଙ୍କଳନ ‘ଶ୍ରାବଣୀ’ ଓ ସୁଲେଖିକା ସୁପ୍ରିୟା ମହାନ୍ତିଙ୍କ ପୁସ୍ତକ ‘ଝରକା ସେ ପାଖ’ ଉନ୍ମୋଚନ ହୋଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ସାହିତ୍ୟିକ ଓ କବି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଯାଜପୁର ଜିଲା ଜେନାପୁର ଅଞ୍ଚଳର ପଣ୍ଡିତ ଜଗବନ୍ଧୁ ନନ୍ଦଙ୍କୁ ପ୍ରକୃତି ପରିବେଶ ସୁରକ୍ଷା ପାଇଁ ‘ମା ବିରଜା ଭୂମିପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୁଞ୍ଜ ବିହାରୀ ଦଳେଇ, ସସ୍ମିତା ବାରିକ, ସ୍ୱାଗତିକା ସାହୁ, ଅରୁନ୍ଧତୀ ଲେଙ୍କା, ସୁବ୍ରତ କୁମାର ଦାସ, ଦେବକୀ ଭୂତିଆ, ନିଳିମା ପଟ୍ଟନାୟକ, ଜୟନ୍ତୀ ବେହେରା, ରୀତା ଅପରାଜିତା ମହାନ୍ତି, ସୁପ୍ରିୟା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ