ଗଞ୍ଜେଇ ବେପାରୀଙ୍କୁ ଉଠାଇ ନେଲା ପୋଲିସ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳର ଜଣେ ଗଂଜେଇ ବେପାରୀ କାହ୍ନୁ ଜେନାଙ୍କୁ ରାମଚନ୍ଦ୍ରପୁର ପୋଲିସ ଉଠାଇ ନେଇଥିବା ଜଣା ଯାଇଛି। ରାମଚନ୍ଦ୍ରପୁର ଥାନା କେସ ନମ୍ବର ୨୪୫/୨୦୨୫ ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ ତାକୁ ଖୋଜୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କାହ୍ନୁ ଛେନାପଦି ଛକରେ ବୁଲୁଥିବା ବେଳେ ରାମଚନ୍ଦ୍ରପୁର ପୋଲିସ ନନ୍ଦିପଦା ପୋଲିସ ସହାୟତାରେ ଧରିଥିଲା। ସେ ଚଢ଼ୁଥିବା ଥର ଗାଡିକୁ ମଧ୍ୟ ପୋଲିସ ଜବଦ କରିଛି। ଆଜି ନନ୍ଦିପଦା ପୋଲିସ ଉକ୍ତ ଗଞ୍ଜେଇ ବେପାରୀଙ୍କ ଘରୁ ଆଉ କିଛି ନାମିଦାମୀ ଗାଡି ଜବଦ କରିଥିବା ଜଣାଯାଇଛି।


