ପୋଲିସକୁ ପୁଣି ମିଳିଲାଏକ ବଡ଼ ସଫଳତା: 3 କୋଟି ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପୁଲିସକୁ ପୁଣି ମିଳିଛି ଅନ୍ୟ ଏକ ବଡ଼ ସଫଳତା । ଏହି ଜିଲ୍ଲାର ଅଡ଼ବା ଥାନା ପରିସରର କାରିଗିଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୨୮ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ 3 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି. ରା.ଉଦୟଗିରି ଏସ୍ଡିପିଓ ରାକେଶ ସାହୁଙ୍କ ନିର୍ଦେଶକ୍ରମେ ପୋଲିସ ଚଢାଉ କରି ଗଞ୍ଜେଇକୁ ଜବତ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରାଇପଙ୍କା ପଞ୍ଚାୟତ କାରିଗିଜୁ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଥିଲେ. ରା.ଉଦୟଗିରି ଏସ୍ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ଅଡ଼ବା ଓ ଆର. ଉଦୟଗିରି ପୋଲିସର ପୁଲିସ ଟିମ ଜଙ୍ଗଲରେ ଚଢ଼ାଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ଜବତ କରିଥିଲେ. 112 ଗୋଟି ପ୍ଲାଷ୍ଟିକ ଜରି ବ୍ୟାଗରେ ଏହି ଗଞ୍ଜେଇ ଗୁଡିକ ରହିଥିଲା. ଜବତ ପରେ ଓଜନ କରାଯିବାରେ 28 କ୍ଵିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ରହିଥିବା ଜଣାଯାଇଛି. ଘଟଣା ନେଇ ଅଡବା ଥାନା କେଶ ନଂ 70ରେ ଏନଡିପିଏସ ଆଇନ ଅନୁଯାୟୀ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆର. ଉଦୟଗିରି ଏସଡିପିଓ ରାକେଶ ସାହୁ ସୂଚନା ପ୍ରଦାନ କରିଛନ୍ତି।


