ଜୁଆ ଖେଳରେ ପୋଲିସ ଚଢଉ: ୭ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଓଷାକୋଠୀ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ଥାନା ଏସ.ଆଇ ମହାପ୍ରସାଦ ମହାନ୍ତି ସଦଳବଳେ ଅତର୍କିତ ଚଢ଼ଉ କରି ୭ ଜଣ ଜୁୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ କିଛି ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।ଗିରଫ ଜୁଆଡି ମାନଙ୍କ ଠାରୁ ୪୦ ହଜାର ୫୫୦ ଟଙ୍କା ,ତାସମୁଠା ଜବତ କରାଯାଇଛି।ବୁଧବାର ରାତି ପ୍ରାୟ ୯ ଟାରେ ପୋଲିସ ଟିମ୍ ଡେଙ୍ଗାଓସ୍ତା, ଫାଶୀଗୁଡ଼ା, ଛଣମେରି ଗ୍ରାମ ଇଲାକାରେ ପା ଟ୍ରୋଲିଂ କରୁଥିବା ବେଳେ ଭୀଷ୍ମଗିରି ଗ୍ରାମରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବାପରେ ପୋଲିସ ଟିମ୍ ଜୁଆଖେଳ ଉପରେ ଅତର୍କିତ ଚଢଉ କରି ଜୁଆଡ଼ି ମାନଙ୍କୁ ଧରି ଥାନାକୁ ଆଣିଥିଲେ।ଏନେଇ ଏସ.ଆଇ ମହାପ୍ରସାଦ ମହାନ୍ତି ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦେବା ସହ ସେମାନଙ୍କୁ କୋର୍ଟ ରେ ହାଜର ହେବା ନେଇ ସର୍ତ୍ତ ମୂଳକ ଜାମିନରେ ଛାଡିଥିବା ଜଣାପଡ଼ିଛି।


