ପୋଲିସ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର,(ୱାଇଏନଏସ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ସହିଦ ନୁନ୍ଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ଯରେ ସହିଦ ନୁନ୍ଦୁରାମ ସୋରେନ ମେମୋରିଆଲ ପ୍ରାକ୍ ସୈନ୍ଯ ଓ ପୋଲିସ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅଧ୍ଯକ୍ଷ ଅଧ୍ଯାପକ ବିଜୟ କୁମାର ରାମଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ରାଇରଙ୍ଗପୁର ଟାଉନ ପୋଲିସ ଅଧିକାରୀ ରଂଜନ କୁମାର ସେଠୀ, ଉପଦେଷ୍ଟା ମୋଚିରାମ ମାଝୀ, ପୂର୍ବତନ ଡିଏସପି ରାଇସେନ ମୁର୍ମୁ, ଗୋପାଳ କୁଷ୍ଣ ମହାନ୍ତି, ସମ୍ପାଦକ ମନୋରଞ୍ଜନ ହାଁସଦାଃ, ମୁଖ୍ଯ ନିର୍ଦ୍ଦେଶକ ଅବସରପ୍ରାପ୍ତ କ୍ଯାପଟେନ ମହେନ୍ଦ୍ର ନାଥ ମହାନ୍ତ, ପ୍ରଶିକ୍ଷକ ଅବସରପ୍ରାପ୍ତ କ୍ଯାପଟେନ ନିତ୍ଯାନନ୍ଦ ନାୟକ, ଅବସରପ୍ରାପ୍ତ କ୍ଯାପଟେନ ଶ୍ଯାମଚରଣ ମହାନ୍ତ, ଅବସରପ୍ରାପ୍ତ ସୁବେଦାର ମହେନ୍ଦ୍ର ହେମ୍ବ୍ରମ, ଅବସରପ୍ରାପ୍ତ ହାବିଲଦାର ଲକ୍ଷ୍ମଣ ମାଝୀ, ଅବସରପ୍ରାପ୍ତ ଏସଜିଡି ମୁକୁନ୍ଦ ଚନ୍ଦ୍ର ମହାନ୍ତ , ଏଏଓ ରଘୁନାଥ ମାଝୀ, ଶିକ୍ଷକ ବାଲାଇ ଟୁଡୁ, ଅବସରପ୍ରାପ୍ତ ସୈନ୍ଯ ଗୋବିନ୍ଦ ମାର୍ଣ୍ଡି ଓ ସେବାସ୍ତମ୍ଭ ସଭାପତି ରବୀନ୍ଦ୍ର କୁମାର ମୁଖୀ ପ୍ରମୁଖ ଯୋଗ ଦେଇଥିଲେ l ସର୍ବପ୍ରଥମେ ଅଧ୍ଯକ୍ଷ ଅଧ୍ଯାପକ ବିଜୟ କୁମାର ରାମ ସଭାପତିତ୍ବ ବକ୍ତବ୍ଯ ଦେବା ପରେ ଉପଦେଷ୍ଟା ଅବସରପ୍ରାପ୍ତ ଡିଏସପି ରାଇସେନ ମୁର୍ମୁ ଓ ମୋଚିରାମ ମାଝୀ ୭୫ ଜଣ ତାଲିମ ଗ୍ରହଣକାରୀମାନଙ୍କୁ ଏହି ତାଲିମର ଉଦ୍ଦେଶ୍ଯ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା ତାଲିମ ଗ୍ରହଣକାରୀମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ପ୍ରଦାନ କରିବା ପରେ ମୁଖ୍ଯ ଅତିଥି ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ନିଜ ବକ୍ତବ୍ଯରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷା ଗ୍ରହଣ କଲେ, ଆଗାମୀ ଦିନରେ ଜଣେ ଜଣେ ଭଲ ସୈନିକ ଅବା ପୋଲିସ ଅଧିକାରୀ ହୋଇ ପାରିବେ ବୋଲି ମତବ୍ଯକ୍ତ କରିଥିଲେ l ଏଥିରେ ସମ୍ପାଦକ ମନୋରଞ୍ଜନ ହାଁସଦାଃ ସଭା ପରିଚାଳନା କରିଥିବା ବେଳେ ମୁଖ୍ଯ ନିର୍ଦ୍ଦେଶକ ଅବସରପ୍ରାପ୍ତ କ୍ଯାପଟେନ ମହେନ୍ଦ୍ର ନାଥ ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ l ଏହାପରେ ଏକ ବିରାଟ ଶୋଭାଯାତ୍ରା ତାଲିମ ଗ୍ରହଣକାରୀ ଛାତ୍ରଛାତ୍ରୀ, ପ୍ରଶିକ୍ଷକ ଏବଂ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରୁ ବାହାରି କଚେରୀ ବାଟେ ଦେଇ ଦୁର୍ଗାମଣ୍ଡପ ଛକ ଦେଇ ପୁନର୍ବାର କଚେରୀ ଷ୍ଟାଡିୟମ ପଡିଆ ପହଞ୍ଚିଥିଲା l ତାପରେ ମୁଖ୍ଯ ଡାଇରେକ୍ଟର ଅବସରପ୍ରାପ୍ତ କ୍ଯାପଟେନ ମହେନ୍ଦ୍ରନାଥ ମହାନ୍ତ ତାଲିମ ଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ତାଲିମର ସମୟ ଓ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ l ଏହି ତାଲିମ ରେ କୌଣସି ଶୁଳ୍କ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡିବ ନାହିଁ ନିର୍ଦ୍ଦେଶ ଦେଇଥିଲେ l ଏହା ଦୁଇ ମାସର ତାଲିମ l ତାଲିମ ଶେଷରେ ଛାତ୍ରଛାତ୍ରୀମାନେ ନିଶ୍ଚିତ ସଫଳତା ପୂର୍ବକ ପୋଲିସ ଅବା ସୈନିକ ହୋଇପାରିବେ ମତ ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ