କଲେଜ ଛାତ୍ରୀକୁ ଉଦ୍ଧାର କଲା ପୋଲିସ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରୁ ଗତ ବୁଧବାର ରାତି ଅପହରଣର ଶିକାର ହୋଇଥିବା ଜଣେ ଯୁକ୍ତ ଦୁଇ ୧୬ ବର୍ଷୀୟା ଛାତ୍ରୀକୁ ପୋଲିସ ରାତାରାତି ଉଦ୍ଧାର କରିବାରେ ସକ୍ଷମ ହୋଇଛି l ଅଭିଯୋଗରୁ ଜଣାଯାଇଛି ଯେ ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ରାବଣ ପୋଡି ଦେଖିବାକୁ ନିଜ ଗାଁ ପଡିଆକୁ ଯାଇଥିଲେ l ଲୋକ ଗହଳିର ସୁଯୋଗ ନେଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା l ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ ୩୮୭/୨୦୨୬ ପଞ୍ଜିକରଣ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା l ଶେଷରେ ଛାତ୍ରୀ ଜଣକୁ ପନ୍ଦାଡୋ ନିକଟରୁ ଉଦ୍ଧାର କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତିl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ