ବାକି ଟଙ୍କା ମାଗିବାରୁ ଆକ୍ରମଣ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଅଁରା ଗ୍ରାମର ଜଣେ ଦୋକାନୀ ବାକି ଟଙ୍କା ମାଗି ଆକ୍ରମଣର ଶିକାର ହୋଇଛନ୍ତି l ଅଭିଯୋଗ ହେବା ପରେ ପୁଲିସ ମାମଲା ନଂ ୩୮୮/୨୦୨୬ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗରୁ ଜଣାଯାଇଛି ଅଁରା ଗ୍ରାମର ସୁକାନ୍ତ ନାୟକଙ୍କ ପତ୍ନୀ ଗୀତାଞ୍ଜଳିଙ୍କର ନିଜ ଗାଁରେ  ଏକ ଦୋକାନ ଅଛି l ନିକଟସ୍ଥ କଳିଙ୍ଗା ଗ୍ରାମର ପ୍ରଫୁଲ୍ଲ ଜେନା ଦୋକାନରୁ ବାକି ନେଇଥିଲେ l ବାକି ଟଙ୍କା ମାଗିବାରୁ ପ୍ରଫୁଲ୍ଲଙ୍କ ପୁଅ ଫୋନପେ ରେ ବାକି ଟଙ୍କା ପଠାଇଥିବା ଗୀତାଞ୍ଜଳିକୁ କହିଥିଲେ l କିନ୍ତୁ ଗୀତାଞ୍ଜଳିଙ୍କୁ ଟଙ୍କା ମିଳିନଥିଲା l ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ପରେ ଗୀତାଞ୍ଜଳିଙ୍କ ସ୍ୱାମୀ ସୁକାନ୍ତ ଶାଳନିଆଁ ବଜାର ଯାଉଥିବା ବେଳେ ପ୍ରଫୁଲ୍ଲ ଏବଂ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ରାସ୍ତାରେ ଆକ୍ରମଣ କରି ୨୦ ହଜାର ଟଙ୍କା ଛଡାଇ ନେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ