ଦୁଇ ବାଲି ବୋଝେଇ ହାଇୱା ଜବଦ କଲା ପୋଲିସ
ହାଟଡିହି (ଓ୍ବାଇଏନଏସ): ବାଲି ଚୋରା ଚାଲାଣ ବେଳେ ମାଡ଼ିବସିଲା ନନ୍ଦିପଦା ପୋଲିସ। ଦୁଇ ବାଲି ବୋଝେଇ ହାଇୱା ଜବତ କରିବା ସହ ଦୁଇ ଡ୍ରାଇଭର କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅନ୍ତର୍ଗତ ବୈତରଣୀ ନଦୀ ରୁ ବାଲି ଚାଲାଣ କରୁଥିବା ବେଳେ ପୋଲିସ ବାଟରେ ଗାଡି ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲା। ଡ୍ରାଇଭର ବଲାଙ୍ଗିର ଜିଲ୍ଲା ସୁବଳୟା ବାଲି ଘାଟର ଟିପି ଦେଖାଇଥିଲେ । ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ଧାରା ୩୩୬,୩୧୮ ରେ ଦୁଇ ଗାଡି ଚାଳକଙ୍କୁ ଗିରଫ କରିଥିଲା। ହାଟଡିହି ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ବେଳେ ଅଧିକାଂଶ ଗାଡିର ଟିପି ନଥିବା ବେଳେ ଆଉ କିଛି ବାହାର ଜିଲ୍ଲାର ଟିପି ବ୍ୟବହାର କରି ବାଲି ଚାଲାଣ କରୁଛନ୍ତି। କିନ୍ତୁ ଖଣି ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। କେତେବେଳେ କିପରି ଗୋଟିଏ ଦୁଇଟି ଗାଡି ଜବଦ କରି ବାହାବା ନେବାକୁ ଉଦ୍ୟମ କରୁଥିବା ଆଲୋଚନା ହେଉଛି।


