ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ ପ୍ରଶିକ୍ଷଣ କର୍ମଶାଳା
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA), ବାଲେଶ୍ୱର ପକ୍ଷରୁ ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (Post Disaster Needs Assessment – PDNA) ସମ୍ପର୍କରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରା ଏବଂ ତାଙ୍କ ଟିମ୍ ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ, ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ଆବଶ୍ୟକତା ଚିହ୍ନଟ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ପ୍ରଭାବିତ ଲୋକଙ୍କ ପୁନର୍ବାସ ନିମନ୍ତେ ଆବଶ୍ୟକ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ୱର ଶ୍ରୀ ହେମନ୍ତ କୁମାର ସିଂହ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀ ସଞ୍ଜୟ ରାଉତ, ଜିଲ୍ଳା ଜରୁରୀ କାଳୀନ ଅଧିକାରୀ ଚିନ୍ମୟ କୁମାର ରାଉତଙ୍କ ସମେତ ବିଭିନ୍ନ ବ୍ଲକ୍ର ବିଡିଓ (BDO), ବ୍ଲକ୍ ଶିକ୍ଷା ଅଧିକାରୀ (BEO), ପର୍ଯ୍ୟଟନ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏହି ଦୁଇଦିନିଆ କର୍ମଶାଳାର ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ୟାପ୍ରବଣ ବ୍ଲକ୍ଗୁଡ଼ିକର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନ କରାଯିବ। ଏହି ପରିଦର୍ଶନ ମାଧ୍ୟମରେ ବନ୍ୟାଜନିତ କ୍ଷୟକ୍ଷତି, ପ୍ରଭାବିତ ଭିତ୍ତିଭୂମି ଓ ସ୍ଥାନୀୟ ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯିବା ସହିତ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ନିର୍ମାଣ ଯୋଜନା ପ୍ରସ୍ତୁତିରେ ସହାୟତା ମିଳିବ। ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ବୈଜ୍ଞାନିକ ଓ ତଥ୍ୟଭିତ୍ତିକ ଆକଳନ ମାଧ୍ୟମରେ ଦୀର୍ଘସ୍ଥାୟୀ ପୁନରୁଦ୍ଧାର ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ


