ଦୁଇ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କଲେ ପ୍ରଭୁ ପ୍ରସାଦ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ବନ ବିହାରୀ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର ପ୍ରଭୁ ପ୍ରସାଦ ବାରିକ ଚଳିତ ବର୍ଷ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଶତକଡା ୯୨ ପ୍ରତିଶତ ନମ୍ବର ରଖିଥିବା ବେଳେ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ସ୍ୱର୍ଗତ ନିରଞ୍ଜନ ବାରିକଙ୍କ ନାତି ଏବଂ ନିଳୋକ ଗ୍ରାମର ତଥା ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ବାରିକ ଓ ମାତା କବିତାରାଣୀ ଦାସଙ୍କ କନିଷ୍ଠ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ଶିକ୍ଷୟିତ୍ରୀ ନମିତା ବିଶ୍ୱାଳଙ୍କ ସମେତ ଅଜା ଚନ୍ଦ୍ରମଣି ଦାସ, ସାନ ବାପା ତପନ କୁମାର ବାରିକ, ସାନ ମାଆ ଶୁଭସ୍ମିତା ଦାସ, ବଡ ଭାଇ ବିଭୁ ପ୍ରସାଦ ବାରିକଙ୍କ ସମେତ ପିଉସା, ପିଉସୀ, ମଉସା, ମାଉସୀ, ଅଜା, ଆଈ, ମାମୁଁ, ମାଇଁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ