କିଷାନ କଂଗ୍ରେସର ପ୍ରତିବାଦ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକମାରଣ ନୀତି ବିରୋଧରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି କେନ୍ଦ୍ରାପଡାରେ କୃଷକମାନଙ୍କୁ ନେଇ ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡାଙ୍କ ପୈାରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ରାଜ୍ୟ କିଷାନ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଦସ୍ୟ ହିମାଂଶୁଭୂଷଣ ନନ୍ଦ, ବ୍ଲକ କଂଗ୍ରେସ ସଭାପତି ହରିଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏଥି ନିମନ୍ତେ ବିଶଦ ଭାବେ ଆଲୋଚନା କରିଥିଲେ। ଏହି ପଦଯାତ୍ରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ବିଭିନ୍ନ ବ୍ଲକର କିଷାନ କଂଗ୍ରେସ ସଭାପତିଙ୍କ ସମେତ ଢୋଲ ପଞ୍ଚାୟତ ସଭାପତି ରେବତୀରମଣ ରାଉତ, ବିଜୟ ମଲ୍ଲିକ, ପ୍ରମୋଦ ରାଉତଙ୍କ ସମେତ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ