ଚୋରା ମଦ ଜବତ, ୯ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, କୁଦାନଗରୀ, ମହାକାଳପଡ଼ା ଓ ଜମ୍ବୁ ସାମୁଦ୍ରିକ ଅବକାରୀ ଥାନା ଅଧିନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ନହଙ୍ଗ ଗ୍ରାମର ନରେଶ କୁମାର ସାହୁ(୪୯)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ, ତରାଣ୍ଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗେରୁ(୫୦)ଙ୍କ ନିକଟରୁ ୩୨ ଲିଟର ଚୋରା ବିଦେଶୀ ମଦ ଏବଂ ନୀଳିକଣା ଗ୍ରାମର ବିଚିତ୍ର ସାମଲ(୨୯)ଙ୍କ ନିକଟରୁ ୩୬ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ପ୍ରଭାକରପୁର ଗ୍ରାମର ସୁବାସିନୀ ଖିଲର(୨୪)ଙ୍କ ନିକଟରୁ ୨୫ ଲିଟର ଚୋରା ଦେଶୀ ରନ୍ଧା ମଦ, ଦୀପ୍ତି ଖିଲର(୨୪)ଙ୍କ ନିକଟରୁ ୫୫୦ ଲିଟର ଗୁଡ଼ପୋଚ ଏବଂ ସେହି ଗ୍ରାମର ରବି ଖିଲର(୪୫)ଙ୍କ ନିକଟରୁ ୩୫୦ ଲିଟର ଗୁଡ଼ପୋଚ, ସନ୍ୟାସପୁର ଗ୍ରାମର ପ୍ରମୋଦ ବେହେରା(୪୦)ଙ୍କ ନିକଟରୁ ୨୮ ଲିଟର ଚୋରା ବିଦେଶୀ ମଦ, କରିଲୋପାଟଣା ଗ୍ରାମର ପ୍ରମୋଦ ବେହେରା(୫୭)ଙ୍କ ନିକଟରୁ ୨୩ ଲିଟର ଚୋରା ବିଦେଶୀ ମଦ ଓ ନଛିପଡା ଗ୍ରାମର ଚଗଲା ଦାସ(୪୭)ଙ୍କ ନିକଟରୁ ୨୭ ଲିଟର ଚୋରା ବିଦେଶୀ ମଦ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୧୦୮୯ ଲିଟର ଚୋରା ବିଦେଶୀ, ଦେଶୀ ରନ୍ଧା ମଦ ଓ ଗୁଡ଼ପୋଚ ମଦ ଜବତ କରାଯାଇଛି। ଏହି ଘଟଣା ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ତ୍ରିବେଣୀ ମହନ୍ତଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ