ୟୁଏଚଆରଏସି ପକ୍ଷରୁ ମାନବାଧିକାର ସଚେତନତା ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୟୁନାଇଟେଡ୍ ହ୍ୟୁମାନ ରାଇଟ୍ସ ଆଣ୍ଡ ଆଣ୍ଟି କରପସନ କାଉନସିଲ୍ (ୟୁଏଚଆରଏସି), ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ମାନବାଧିକାର ସୁରକ୍ଷା, ଜନସଚେତନତା ଓ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାପତି ରାହୁଲ ହର, ମହିଳା ସଭାନେତ୍ରୀ ତନୁଜା ଶତପଥୀ, ମହିଳା ଉପସଭାନେତ୍ରୀ ଜସ୍ମିନ୍ ଶେଖ ଏବଂ ରାୟଗଡ଼ା ବ୍ଲକ ସଭାପତି ଉପସ୍ଥିତ ଥିଲେ। ଏଥିସହ ସଂଗଠନର ଅନ୍ୟାନ୍ୟ ପଦାଧିକାରୀଙ୍କ ଭୂମିକା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା, ସମାନତାର ଅଧିକାର, ଆଇନଗତ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗଠନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ଅଧିକାରର ସୁରକ୍ଷା ସହ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ନ୍ୟାୟ ପାଇବାରେ ଲୋକଙ୍କୁ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା। ମାନବାଧିକାର ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହ ସଂଗଠନର କାର୍ଯ୍ୟକଳାପକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ମାନବାଧିକାରର ସୁରକ୍ଷା , ଦୁର୍ନୀତି ବିରୋଧୀ ସଚେତନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁଏଚଆରଏସି ଆଗାମୀ ଦିନରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।


