ଏବିଭିପିର ବିଜୟ ପରେ ଛାତ୍ର ସଂସଦ ବିଜେପିର ରାଜ୍ୟ ଉପସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗରସ୍ଥିତ ଶ୍ରୀରାମ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନଙ୍କ ପୁର୍ଣ ବିଜୟ ଘଟିଛି. ଗତକାଲିର ନିର୍ବାଚନ ଫଳ ଘୋଷଣା ହୋଇ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର ସମସ୍ତ ଛାତ୍ର ନେତା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ରାଓ ବିଜୟୀ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆଗାମୀ କାର୍ଯ୍ୟକାଳର ସଫଳତା କାମନା କରିଥିଲେ।ଛାତ୍ର ସଂସଦ ନିର୍ବାଚନରେ ବିଜୟ ପରେ ଏବିଭିପି ସମର୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଏହି ଅବସରରେ ବିଜୟୀ ପ୍ରତିନିଧି ମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଶୃଙ୍ଖଳିତ ଏବଂ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।


