ନୂତନ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନାସହ ଦାବିପତ୍ର ପ୍ରଦାନ
କଟକ, (ଓ୍ବାଇଏନଏସ): କଟକସଦର ଥାନାରେ ଯୋଗଦେଇଥିବା ନୂତନ ଆଇଆଇସି ତୁଷାରକାନ୍ତି ସେଠିକୁ ବିଜେଡିନେତା ଗଣେଶଚନ୍ଦ୍ର ସାହୁ, ତପନ କୁମାର ସ୍ୱାଇଁ, ଅରୁଣ ମହାନ୍ତି କୃଷକନେତା ବିନାୟକ ବେହେରାପ୍ରଭୃତି ସଦର ଥାନାରେ ଭେଟି ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନାଦେବାସହ ଥାନାଠାରୁ ଦୂରରେ ଥିବା ବାରଙ୍ଗ ବ୍ଲକ ୩୩ନମ୍ବର ଜୋନର ୮ଗୋଟି ପଂଚାୟତ ପାଇଁ ସହଜ ପୋଲିସ ସେବା ଯୋଗାଇବାକୁ ବ୍ରାହ୍ମଣଝରିଲୋଠାରେ ଥିବା ବିଟ ହାଉସକୁ ନୂତନ ଥାନାରେ ପରିଣତ, ବ୍ୟସ୍ତ ବହୁଳ ବ୍ରାହ୍ମଣଝରିଲୋ ବଜାର, ଗଵବସ୍ତ ବଜାର, ବଇଁଲୋ ବଜାର,କୋରକୋରା ବଜାର ମହୀଧରପଡା ମେଡିକାଲ ବଜାର, ଖଲରଦା ବଜାରଠାରେ ସିସି କ୍ୟାମେରା ଲଗାଇବା, ଚୋରାମଦ ବନ୍ଦ କରିବା, ପେଟ୍ରୋଲିଙ୍ଗ ଗାଡି ବୁଲିବାପ୍ରଭୃତି ପୂରଣ ନିମନ୍ତେ ଲିଖିତ ଦାବିପତ୍ର ଦେଇଥିଲେ।ଏହାର ନକଲ ଡିସିପି କଟକ ଓ ଡିଜିପି ପୋଲିସ ଓଡିଶା କଟକଙ୍କୁ ପ୍ରଦାନ କରିଥିଲେ।


