ଜୀଗିନପୁର ଶ୍ରୀଭାଗବତ ଜନ୍ମୋତ୍ସବ ଉଦଯାପିତ

କଟକ, (ଓ୍ବାଇଏନଏସ):କଟକ ସଦର ଥାନା ସାଇଁଶୋ ପଂଚାୟତ ଜିଗିନୀପୁର ଗ୍ରାମରେ ୧୫ତମ ବାର୍ଷିକ ଶ୍ରୀ ଭାଗବତଦେବଙ୍କ ଜନ୍ମଦିନ ଉତ୍ସବ ଇନ୍ଦୁପୁର୍ଣ୍ଣମାରେ ମହାସମାରୋହରେ ପାଳିତ ହୋଇଯାଇଛି।ଚନ୍ଦ୍ରଗ୍ରହଣହେତୁ ଗ୍ରାମବାସୀ ମୁଖ୍ୟ ଉଦ୍ୟକ୍ତତା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଉପେନ୍ଦ୍ର କୁମାର ପାତ୍ର, ଗ୍ରାମକମିଟି ସଭାପତି ନାରାୟଣ ଜେନା ପୁର୍ଣିମାଦିନ ସକାଳ ୮ଟାରେ ପୂଜାଆରମ୍ଭକରି ଦିନ ୧୨. ୩୦ରେ ଗ୍ରହଣହେତୁ ପୂଜାକାର୍ଯ୍ୟ ବନ୍ଦକରିଥିଲେ। ତାପରଦୁଇଦିନ ଆକର୍ଷକ ଆଲୋକ ସଜା, ବାଦ୍ୟ, ବାଣ, ପୁଷ୍ପ, କଦଳୀଗଛ. ପଂଚରଙ୍ଗୀ କାଗଜଫୁଲରେ ଚିତାକର୍ଷକ ସାଜସଜାସହିତ ପୁରହିତ ଦେବେନ୍ଦ୍ର ପତି ଓ ତାଙ୍କ ସହଯୋଗୀମାନଙ୍କ ସୁଲଳିତ କଣ୍ଠରେ ଶ୍ରୀମଦ ଭାଗବତ ପଠନ ସମଗ୍ର ପରିବେଶକୁ ଭକ୍ତିମୟ କରୁଥିଲା। ସୁମିଷ୍ଟ ଚୁଡାଘଷା, ବିଭିନ୍ନ ପ୍ରକାର ଫଳ, ଲଡ଼ୁ ପ୍ରଭୁତିରେ ତିଆରି ପ୍ରଭୁଙ୍କ ପ୍ରସାଦକୁ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରତିଦିନ ବଣ୍ଟନ କରାଯାଉଥିଲା। ଉଦଯାପନଦିବସରେ ସମସ୍ତ ଗ୍ରାମବାସୀ, ଉପସ୍ଥିତ ହଜାରରୁ ଅଧିକ ଶ୍ରଦ୍ଧାଳୁମାନଙ୍କୁ ଅନୁଷ୍ଠାନ ଦ୍ୱାରା ପ୍ରସାଦ ବଣ୍ଟନ କରାଯାଇଥିଲା। କୈଳାଶ ଚନ୍ଦ୍ର ପାତ୍ର, ପୂର୍ଣ୍ଣାନନ୍ଦ ପାତ୍ର, ରମେଶ ପାତ୍ର, ସେବାନିବୃତ୍ତ ପ୍ରଫେସର ବିଜୟ କୁମାର ପାତ୍ର, ପ୍ରଦୁମ୍ନ ପାତ୍ର, ଦିଲ୍ଲୀପ ପାତ୍ର, ଦାଡୁ, ଟୁଲୁ,କାର୍ତିକ, ପ୍ରମ୍ମୁଖ ଗ୍ରାମବାସୀ   ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ