ପ୍ରେସ କ୍ଲବର ବନ୍ଧୁମିଳନ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଅସ୍ତରଙ୍ଗ ନିକଟସ୍ଥ କେଳୁଣୀ ମୁହାଣ ଠାରେ ନିମାପଡା ପ୍ରେସ କ୍ଲବର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶରତ କୁମାର ସେନାପତି, ବିଚିତ୍ରାନନ୍ଦ ସାହୁ, ସଞ୍ଜୟ ପତି, ପ୍ରଫୁଲ୍ଲ କୁମାର କର, ପୂର୍ଣଚନ୍ଦ୍ର ମହାପାତ୍ର, ବୀରଞ୍ଜନ ମଲ୍ଲିକ, ମିଲନ ମହାନ୍ତି,ସମ୍ପାଦକ ରମାକାନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା, ବିଶ୍ୱଜିତ ମିଶ୍ର, ତପନ ପଣ୍ଡା, ସୁଦର୍ଶନ ବେହେରା, ପ୍ରଶାନ୍ତ କୁମାର ନାୟକ, ଆଶିଷ ମିଶ୍ର, ଜୋସେଫ ଲେଙ୍କା, ନଳୀନକାନ୍ତ ପଟ୍ଟନାୟକ, ସନ୍ତୋଷ ବରାଳ, ମୋହନ କୁମାର ପାତ୍ର, ଅରୁଣ ମହାପାତ୍ର, ସତ୍ୟଜିତ ଆଚାର୍ଯ୍ୟ, ଉପଦେଷ୍ଟା ପୂର୍ଣଚନ୍ଦ୍ର ସାହୁ, କ୍ଷିତୀଶ ପ୍ରସାଦ ମହାନ୍ତି, ଦେବାଶିଷ ନନ୍ଦୀ ପ୍ରମୁଖ ଯୋଗଦେଇ ଖୁସି ମନାଇବା ସହିତ ନିମାପଡା ପ୍ରେସ କ୍ଲବକୁ ରାଜ୍ୟରେ ଏକ ନମ୍ବର ପ୍ରେସ କ୍ଲବ କରିବା, ସଂଗଠନକୁ ମଜଭୁତ କରିବା , ନିମାପଡ଼ା ଅଞ୍ଚଳର ସମସ୍ୟାକୁ ଗଣମାଧ୍ୟମରେ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଶପଥ ନେଇଥିଲେ।


