ଦେଶୀ ମଦ ଜବତ, ୮ ଗିରଫ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀ ହରିହର ସିଂ  ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲେଶ୍ୱର ସଦର-୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଓ ବସ୍ତା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜଗନ୍ନାଥ ଭିତିରିଆ, ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା, ଦାଣ୍ଡି ଓ ସିଙ୍ଗଲା ଥାନା ଅନ୍ତର୍ଗତ ମାଛରଙ୍କା, ଗିଲାଯୋଡ଼ି, ନାରକୁଦା ଓ ନାରାୟଣପାଟଣା ଏବଂ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଚଢ଼ାଉ କରାଯାଇ ୧୧୩୦ ଲିଟର ଦେଶୀ ମଦ ଓ ୪୦.୨୫୦ ଲିଟର ବିଅର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଆସାମୀ ମାନେ ହେଲେ ଦରଡ଼ା ଗ୍ରାମର ରେଢ଼ା ମୁର୍ମୁ ଓ ତୁଳସୀମଣି ଗୋଛାୟତ, ଦାଣ୍ଡି ଗ୍ରାମର ସରସ୍ବତୀ ପଣ୍ଡା, ମାଛରଙ୍କା ଗ୍ରାମର ସପନ କୁମାର ବେହେରା, ନାରାୟଣପାଟଣା ଗ୍ରାମର ବିକର୍ତ୍ତନ ପାତ୍ର, ଗିଲାଯୋଡ଼ି ଗ୍ରାମର ବିବାକାନନ୍ଦ ଜେନା, ନାରକୁଦା ଗ୍ରାମର ଅମରେନ୍ଦ୍ର ଦାସ, ବାଲିଆପାଳ ଗ୍ରାମର ସପନ କୁମାର ମଣ୍ଡଳ, ମିଲନ କୁମାର ମଣ୍ଡଳ ଓ ନିରୁପମା ମଣ୍ଡଳ l ଜବତ ଦେଶୀ ଓ ବିଅର ର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଲମ୍ବୋଦର ମହନ୍ତ, କନେଷ୍ଟବଳ ଦେବାଶିଷ ମଲ୍ଲିକ, ସେକ କରିମ, ସୁବୀରକାନ୍ତ ବେହେରା, ପଙ୍କଜ ମହାନ୍ତି, ନହାନ ମୁର୍ମୁ ପ୍ରଭୂତି ଷ୍ଟାଫ୍ ସାମିଲ ଥିଲେ । ଏନେଇ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମୋଟ 0୮ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ