ବରିଷ୍ଟ ବିଜେଡି ନେତା ବସନ୍ତ ଦାସଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଜଣେ ଜଣାଶୁଣା ପୁରୁଖା ନେତା ତଥା ବିଜେଡି ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସଙ୍କ ବିୟୋଗର ଦ୍ଵାଦଶ ଦିବସ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ. ପାରଳା ବିଧାୟକ ରୁପେଶ ପାଣଗ୍ରାହୀ, ହାଇଟେକ୍ ଗ୍ରୁପର ଅଧକ୍ଷ ଡ଼ ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧକ୍ଷ ଭି ବିରରାଜୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ବସନ୍ତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଆୟୋଜିତ ଏହି ଦ୍ଵାଦଶ ଦିନ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବସନ୍ତ ଦାସଙ୍କ ହଜାର ହଜାର ପରିଚିତ ବ୍ୟକ୍ତି ବିଶେଷ ଓ ସ୍ବର୍ଗତ ଦାସଙ୍କୁ ଭଲ ପାଉଥିବା ଲୋକେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରିଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


