ସରମଙ୍ଗା ଗ୍ରାମରେ ଜବର ଦଖଲ ଚିହ୍ନଟ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁ ନଥିବା ନେଇ ବିରୋଧ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଡ଼ଙ୍ଗ ପଞ୍ଚାୟତ ସରମଙ୍ଗା ଗ୍ରାମରୁ ଜବର ଦଖଲ ହଟାଇବା ପାଇଁ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମରେ ୨ ଶହ ଏକରରୁ ଉର୍ଦ୍ଧ ସରକାରୀ ଜମି ଥିଲେ ବି ତାହା ଜବର ଦଖଲ ହୋଇଯାଇଛି। ଗ୍ରାମର ଅନେକ ଗୋଚର, ଗୋଦାଣ୍ଡି, ସ୍ଟଶାନ, ଉନ୍ନତ ଯୋଜନା ନିମିତ୍ତ ଥିବା ମୂଲ୍ୟବାନ ସରକାରୀ ଜମିକୁ ସେହି ଗ୍ରାମର ଓ ବାହାର ଗାଁର କିଛି ବ୍ୟକ୍ତି ଜବର ଦଖଲ କରିନେଇଛନ୍ତି । ଯାହାଦ୍ୱାରା ଗ୍ରାମର ଗୋରୁଗାଈ ଚରିବାକୁ ଜାଗା ପାଉନଥିବା ବେଳେ ଶବ ପୋଡିବାକୁ ମଧ୍ଯ ସ୍ଥାନ ମିଳୁନି I ଉନ୍ନତ ଯୋଜନା ନିମିତ୍ତ ଥୁବା ମୂଲ୍ୟବାନ ଜମିକୁ କିଛି ବ୍ୟକ୍ତି ନିଜ ଦଖଲରେ ରଖୁଥିବାରୁ ଗାଁର ଉନ୍ନତି ପାଇଁ ଆସୁଥିବା ଅନୁଦାନ ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଏଣୁ ସମସ୍ତ ଗ୍ରାମ ବାସୀ ଏକଜୁଟ ହୋଇ ଜବର ଦାଖଲ ଉଛେଦ ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ। ଜବର ଦଖଲ ଭିତରେ କିଏ ଘର ନିର୍ମାଣ କରିଛି ତ ଆଉ କିଏ ଚାଷ ବାସ କରିଛି। କିଛି ଲୋକ ଗତବର୍ଷ ଜବରଦଖଲ ଜମିରେ ଚାଷ ବାସ ବନ୍ଦ କରିଥିବା ବେଳେ ଘର କରିଥିବା ଲୋକମାନେ ଘର ଭାଙ୍ଗି ନଥିଲେ। ତେଣୁ ଚଳିତ ବର୍ଷ ଅନେକ ଗରିବ ଲୋକମାନେ ଚାଷବାସ କରିଛନ୍ତି। ଏବେ ତହସିଲ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମି ମାପ ଚୁପ ସମୟରେ ପକ୍ଷପାତିତା କରାଯଉଛି। କିଛି ମୁଷ୍ଟିମେୟ ଲୋକ ଏପରି କରୁଥିବା ଗାୟତ୍ରୀ କାଣ୍ଡି, କୁଲନା କାଣ୍ଡି, ସସ୍ମିତା ଜେନା, ସୁକୁମାରୀ ଜେନା, ସତ୍ୟଭାମା ଜେନା, ସଖୀ ଜେନା, କମଳା ଜେନା, ପ୍ରଫୁଲ୍ଲ କୁମାର ଦାସ, ଶରତ କୁମାର ଜେନା, ଗଣେଶ କାଣ୍ଡି, ବସନ୍ତ କୁମାର ଜେନା, ଧନେଶ୍ୱର କାଣ୍ଡି, ଗଗନ କାଣ୍ଡି, ଲଷ୍ମୀଧର ଜେନା, ରଘୁନାଥ କାଣ୍ଡି, କାର୍ତ୍ତିକ ଜେନା ପ୍ରମୁଖ ଗ୍ରାମବାସୀ ମାନେ ଦୃଢ ବିରୋଧ କରିଛନ୍ତି। ସେମାନେ ଉଛେଦ କୁ ବିରୋଧ କରୁ ନାହାନ୍ତି ଯଦି ଉଛେଦ ହୁଏ ତେବେ କି ଧନୀ କି ଗରିବ ସମସ୍ତଙ୍କ ଜବରଦାଖଲ ଉଛେଦ ହେଉ ବୋଲି କହିଛନ୍ତି।


