ସ୍ଵ-ଗଣନା ପାଇଁତହସିଲ୍ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଚଳିତ ଅପ୍ରେଲ୍ ମାସ ଷୋହଳ ତାରିଖ ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଜନ ଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ I ଏହି ପ୍ରରିପ୍ରେକ୍ଷୀରେ ଅପ୍ରେଲ୍ ଏକ ତାରିଖ ଠାରୁ ଅପ୍ରେଲ୍ ପନ୍ଦର ତାରିଖ ପର୍ଯ୍ୟନ୍ତ ସ୍ୱ-ଗଣନା ଜାରି ରହିଥିଲା I ବେଲଗୁଣ୍ଠା ବ୍ଳକ୍ ରେ କିପରି ଅଧିକରୁ ଅଧିକ ଲୋକେ ସ୍ଵ-ଗଣନାରେ ସାମିଲ୍ ହୋଇପାରିବେ ସେନେଇ ବେଲଗୁଣ୍ଠା ତହସିଲ୍ ପକ୍ଷରୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଇଛି I ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠାର ଛଅଟି ରାଜସ୍ୱ ସର୍କଲ୍ ତଥା ବେଲଗୁଣ୍ଠା, ବଙ୍କା, ନେଟଙ୍ଗା, ଗୋବରା, ପାଇଲିପଡ଼ା ଏବଂ ଗାଙ୍ଗପୁରର ବିଭିନ୍ନ ଗ୍ରାମରେ ରାଜସ୍ୱ ନୀରିକ୍ଷକ ପ୍ରଦୀପ କୁମାର ଜେନା, ସୂର୍ଯ୍ୟନାରାୟଣ ବେହେରା, ସନ୍ତୋଷ ବେହେରା, ସନ୍ତୋଷିନୀ ନାୟକ, ପ୍ରସନ୍ନ ମଲ୍ଳିକ ଏବଂ ଗୌରୀ ଶଙ୍କର ସ୍ଵାଇଁଙ୍କ ସମେତ ଅନ୍ୟାନ୍ୟ ତହସିଲ୍ କର୍ମଚାରୀ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କୁ ସ୍ଵ – ଗଣନା ସମ୍ପର୍କରେ ସଚେତନ କରାଇବା ସହ ଏଥିରେ ବ୍ୟାପକ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ I ତହସିଲ୍ କର୍ମଚାରୀ ମାନେ ଜନ ସାଧାରଣଙ୍କୁ ସ୍ୱ- ଗଣନା ନିମନ୍ତେ ଥିବା ଡିଜିଟାଲ୍ ପୋର୍ଟାଲ୍,ଓଟିପି,ଡିଜିଟାଲ ମାନଚିତ୍ର,ଏସ୍ଇ ଆଇଡି ସମ୍ପର୍କରେ ବୁଝାଇବା ସହିତ ଲୋକଙ୍କ ସ୍ୱ- ଗଣନାରେ ସହଯୋଗ କରିଥିଲେ I ଏହା ସହିତ ତହସିଲଦାର ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ତହସିଲ୍ କର୍ମାଚାରୀମାନେ ସ୍ୱ- ଗଣନା ସମ୍ପର୍କରେ ବୁଝାଇବା ସହିତ ସେମାନଙ୍କର ସ୍ୱ- ଗଣନା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁ୍ଥିବା ଦେଖିବାକୁ ମିଳିଥିଲା I ପ୍ରକାଶ ଥାଉକି ବୁଧବାରଦିନ ସ୍ୱ-ଗଣନା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ପୂର୍ବରୁ ତାଲିମ୍ ପାଇଥିବା ଗଣନକାରୀ ଏବଂ ସୁପରଭାଇଜର ମାନଙ୍କ ଦ୍ୱାରା ଗୁରୁବାର, ଶୁକ୍ରବାର ଏବଂ ଶନିବାର ତିନିଦିନ ଧରି ଘର ଚିହ୍ନଟ କରାଯିବା ସହିତ ରବିବାର ଠାରୁ ଆସନ୍ତା ମଇ ମାସ ପନ୍ଦର ତାରିଖ ପର୍ଯ୍ୟନ୍ତ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ