ଏବିଡ଼ିଓ ବିବାହ ପ୍ରମାଣ ପତ୍ର ଲାଗି ଲାଞ୍ଚ ମାଗୁଥିବା ଅଭିଯୋଗ କଲା ପୁରୁଷୋତ୍ତମପୁର ଓକିଲ ସଂଘ

ଛତ୍ରପୁର, (ଓ୍ବାଇଏନଏସ): ପଇସା ଦିଅ ସାର୍ଟିଫିକେଟ ନିଅ ଏପରି ସଙ୍ଗିନ୍‌ ଅଭିଯୋଗ  ଆସିଛି ଗଞ୍ଜାମ ଜିଲ୍ଲା  ପୁରୁଷୋତ୍ତପୁର ଏବିଡିଓଙ୍କ ନାମରେ  । ଏନେଇ  ପୁରୁଷୋତ୍ତମପୁର ଓକିଲ ସଂଘର ବହୁ ଆଇନଜୀବି ମଙ୍ଗଳବାର ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ଏବିଡ଼ିଓଙ୍କୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ପୁରୁଷୋତ୍ତମପୁର ଓକିଲ ସଂଘ । ଏହି ଅବସର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ  ଲିଖିତ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ପ୍ରଦାନ କରାଯାଇଛି । ବିବାହ ପଞ୍ଜିକରଣ ନିମନ୍ତେ ଟଙ୍କା ନେବା ସହ ବିଭିନ୍ନ କାମ ନିମନ୍ତେ ପ୍ରଥମେ ଟଙ୍କା ମାଗୁଛନ୍ତି  ଏବିଡ଼ିଓ। ଏହା ସହିତ ସମସ୍ତଙ୍କୁ ଦୁବ୍ୟବହାର କରୁଛନ୍ତି  ବୋଲି ମଧ୍ୟ ବହୁ ଆଇନଜୀବୀ ମାନେ ଅଭିଯୋଗ କରିଛନ୍ତି  । ଶ୍ରୀ ଜେନା ପୁରୁଷୋତ୍ତମପୁର ଏବିଡିଓ ଭାବେ କିଛି ବର୍ଷ ହେଲା ସେ ଯୋଗଦେବା ପରଠାରୁ ବିବାହ ପଞ୍ଜିକରଣ ସାର୍ଟିଫିକେଟ ଲାଗି ୧ହଜାରରୁ ୩ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ଉକ୍ତ ଦାବୀ ପତ୍ର ରେ ଦର୍ଶାଇଛି।  ସେମାନଙ୍କ ଦାବୀ ଯଥାଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ଓକିଲ ସଂଘ ର ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଆଇନଜୀବୀ ପ୍ରଭାତ କୁମାର ପଟ୍ଟନାୟକ,  ତୁଷାର କାନ୍ତ ରାଉଳ ,ସିମାଞ୍ଚଳ ମିଶ୍ର ଓ ଅଶୋକ କୁମାର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଅଭିଯୋଗ ନେଇ ପୁରୁଷୋତ୍ତମପୁର ଏବିଡ଼ିଓ ଶ୍ରୀ ଜେନା ଙ୍କ ସହ ଯୋଗାଯୋଗ କରିବା ବେଳେ ମୋବାଇଲ ଫୋନ ସୁଇଚଅଫ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ