ରେଳ କର୍ମଚାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ଅଦ୍ୟ ପୂର୍ବାହ୍ନ ବାଲେଶ୍ୱର ଷ୍ଟେସନ କ୍ଲବ୍‌ରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସଂଘର ସଭାପତି ରମେଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ। ସଂଘର ସର୍ବଭାରତୀୟ ଅବସରପ୍ରାପ୍ତ ରେଳ କର୍ମଚାରୀ ଫେଡେରେସନ୍‌ର ସଭାପତି ଡକ୍ଟର ସଂଗ୍ରାମ ଶୀଧର ମୁଖ୍ୟଅତିଥି ଭାବେ ସମ୍ମିଳନୀ ଉଦ୍‌ଘାଟନ କରି ଅବସରପ୍ରାପ୍ତ ରେଳକର୍ମଚାରୀଙ୍କର ବିଭିନ୍ନ ସମସ୍ୟା ତଥା ତା’ର ଦୂରୀକରଣ ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ଡକ୍ଟର କୃଷ୍ଣଚନ୍ଦ୍ର ବଳ, ଅବସରପ୍ରାପ୍ତ ରେଳ ପଦାଧିକାରୀ, ଉଚ୍ଚକୋଟୀର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ମୁଗ୍‌ଧ କରାଇଥିଲେ। ପୂର୍ବ ରେଳପଥ ସଂଘର ସଭାପତି ଶୁକଦେବ ପ୍ରସାଦ, ସମ୍ପାଦକ ଅନିଲ କୁମାର ମଣ୍ଡଳ ତଥା କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଚକ୍ରବର୍ତ୍ତୀ, ସଂଘର ସମ୍ପାଦକ ରାମଚନ୍ଦ୍ର ଦାସ, ଚତୁର୍ଭୁଜ ଜେନା ତଥା ରାଞ୍ôଚ, ହାଟିଆ, ଚକ୍ରଧରପୁର, ଖଡ଼ଗ୍‌ପୁର, ଆଦ୍ରା, ବୋକାରୋ, ବନ୍ଧମୁଣ୍ଡା ଶାଖା ସଂଘର ସଦସ୍ୟମାନେ ବକ୍ତବ୍ୟପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଲିମ୍ ରାଜା ମୁଖ୍ୟଭୂମିକା ଗ୍ରହଣ କରିଥିଲେ।
ଉକ୍ତ ସମ୍ମିଳନୀରେ ଡକ୍ଟର ସୁଭାଷ ଚନ୍ଦ୍ର ପାତ୍ର, ମମତା ମହାପାତ୍ର, ନିରଞ୍ଜନ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସର୍ବଶ୍ରୀ ସତ୍ୟରଞ୍ଜନ ରାଉତ, ଅକ୍ଷୟ କୁମାର ପଣ୍ଡା, ସୁକୁମାର ବେହେରା, ଦେବୀପ୍ରସାଦ ନାୟକ, ଗଗନ ଚନ୍ଦ୍ର ଦଳାଇ, ନୀଳକଣ୍ଠ ଦାସ, ଦେବାଶୀଷ ଦାସ, ରବୀନ୍ଦ୍ରନାଥ ତ୍ରିପାଠୀ, ଗିରିଧାରୀ ବିନ୍ଧାଣୀ, ପ୍ରଫୁଲ୍ଲ ସେଠୀ, ବଙ୍କିମ ଚନ୍ଦ୍ର ପତି, ଅଶୋକ ମହାତୋ, ଅନିଲ କୁମାର ଦାସ, ସୁରେନ୍ଦ୍ର ସାମଲ, କୈଳାସ ଚନ୍ଦ୍ର ଖିଲାର, ପଦ୍ମନାଭ ସାମଲ, ଉମାକାନ୍ତ ଦାସ, ହରେକୃଷ୍ଣ ବେହେରା, ବିଜୟ କୁମାର ସେନାପତି, ଅଜୟ କୁମାର ରାଉଳ, ପ୍ରମୋଦ ଚନ୍ଦ୍ର ଚୌଧୁରୀ, ଭାଗବତ ଦାସ, ରତ୍ନାକର ବେହେରା, ରବୀନ୍ଦ୍ରନାଥ ମହାନ୍ତି, ରବୀନ୍ଦ୍ରନାଥ ରଣା, ତଥା ଅନ୍ୟ ସଦସ୍ୟମାନେ କାର୍ଯ୍ୟପରିଚାଳନାରେ ସାହାଯ୍ୟ କରିଥିଲେ। କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ