ଅଣାଗାଁ ରୁ ନିଷ୍କାସନ ହୋଇ ପାରୁନି ବର୍ଷା ପାଣି

 ହାଟଡିହି(ଓ୍ବାଇଏନଏସ): ମାତ୍ର ଦୁଇଦିନ ବର୍ଷା ରେ ବେହାଲ ଅଣା ଗାଁର ସ୍ଥିତି। ରାସ୍ତା ରେ ଆଣ୍ଠୁଏ ପାଣି । ଏହି ପାଣି ଦେହରେ ଲାଗିଲେ ହେଉଛି କୁଣ୍ଡିଆ । ପାଣିରେ ପସି ଛୁଆ ସ୍କୁଲ ଯିବାକୁ ଅରାଜି ।  ଏଭଳି ସମସ୍ୟା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଅଣା ଗାଁରେ। ବ୍ଲକ ହେଡକ୍ୱାଟର ରୁ ମାତ୍ର ଦୁଇ କିଲୋମିଟର ଦୂରରେ  ଅବସ୍ଥିତ ଏହି  ଗାଁ।  ଏହି  ସମସ୍ୟା ଏପରି ହୋଇଛି ଯେ ରାତି ହେବା କ୍ଷଣି ଲୋକଙ୍କ ଘର ବନ୍ଦ। ସନ୍ଧ୍ୟାରେ ସାପ  ଭୟ, ଦିନରେ ମଶା, ସାରା ରାଜ୍ୟ ରେ ହଇଜା ରୋଗ ବ୍ୟାପୁ ଥିବା ବେଳେ  ଗାଁର ସମସ୍ୟାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଗ୍ରାମବାସୀ। ବର୍ଷା ଜଳ ନିସ୍କାସନ ହୋଇ ପାରୁ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ