ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ

ଛତ୍ରପୁର, (ଓ୍ବାଇଏନଏସ): ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ପ୍ରାପ୍ତ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ ଗୁରୁବାର ଦିନ ଛତ୍ରପୁରରେ କଂଗ୍ରେସର ଦୁଇ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ ପାଳନ କରାଯାଇଛି। ଏହି ଅବସରରେ ନେତା ଓ କର୍ମୀମାନେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଗୋଟିଏ ଗୋଷ୍ଠୀ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଉପର ବସ୍‌ଷ୍ଟାଣ୍ଡ ନିକଟସ୍ଥ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରେ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ସୁଦାମ ପୁରୋହିତ, ପୂର୍ବତନ ବ୍ଲକ ସଭାପତି ଗଣପତି ବାରିକ, ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ ଓ ଟି. କ୍ରିଷ୍ଣା ରେଡ୍ଡୀ, ଏନ୍‌ଏସ୍‌ୟୁଆଇ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇ, ମହେଶ କୁମାର ଗୌଡ଼, ବଳିଆ ବେହେରା, କୁନା ରେଡ୍ଡୀ, ଧରଣୀ ବାରିକ, କାଳୁଚରଣ ତ୍ରିପାଠୀ, କୁନି ନାୟକ, ସୁକାନ୍ତ ଦାସ, ସିଲୁ ରାଉଳ, ରିଙ୍କୁ ସାହୁ, ଲିପୁ, ବୁଲୁ ରେଡ୍ଡୀ ଓ ବୁଢ଼ା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମଧ୍ୟ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତ୍ରୁଘ୍ନ ବେହେରା, ଲିଙ୍ଗରାଜ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ରାଜୀବ ଗାନ୍ଧୀଙ୍କ  ଦେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ