ସିପିଆଇ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ଲକ୍ଷ୍ମଣ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ
ଛତ୍ରପୁର, ((ଓ୍ବାଇଏନଏସ): ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତନ ବିଧାୟକ, କମ୍ୟୁନିଷ୍ଟ ନେତା ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ୪୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୁରୁବାର ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ସିପିଆଇ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ,ବରିଷ୍ଠ କମ୍ୟୁନିଷ୍ଟ ନେତା ଏସ. କ୍ରିଷ୍ଣା ରେଡ୍ଡୀ, ରାଜୀବ ଲୋଚନ ପଣ୍ଡା ଓ ସିମାଞ୍ଚଳ ସାହୁ,ଚମାଖଣ୍ଡି ଜୋନାଲ ସହ-ସମ୍ପାଦକ ଗୁରୁନାଥ ପ୍ରଧାନ,ମାଗୁଣି ବିଷୋୟୀ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ,କେ. ଗଣେଷ ରେଡ୍ଡୀ, ଏନ. ସୁକାନ୍ତ ଆଚାରୀ,କାଉନସିଲର କ୍ଷେତ୍ର ମୋହନ ବେହେରା, ଆର . ହରିଶ ରେଡ୍ଡୀ, ଡି. ରାଜେଶ ରେଡ୍ଡୀ ଓ ପ୍ରଫୁଲ୍ଲ କୁମାର ପାଣିଗ୍ରାହି ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ କମ୍ୟୁନିଷ୍ଟ ପାର୍ଟି ର ମିଶ୍ରଣ ଏବଂ ଏକତା ପ୍ରତିଷ୍ଠାତା ପାଇଁ ଆଲୋଚନା କରାଯାଇଥିଲା


