ଆସିକାରେ ରଥଯାତ୍ରା ପାଳିତ

ଆସିକା (ୱାଇଏନ୍‍ଏସ୍‍):  ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗୁରବାର ଉତ୍ସାହ ଓ ଉଦ୍ଦୀପନାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ଗୁଡିକ ଭକ୍ତିମୟ ହୋଇ ପଡିଥିଲା ମନ୍ଦିର ପରିବେଶ । ନାମ ସଂକୀର୍ତ୍ତନରେ ଉଚ୍ଛୁଳି ପଡୁଥିଲା ମୁଖ୍ୟରାସ୍ତା । ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା ଓ ବ୍ରହ୍ମାଣ୍ଡକର୍ତ୍ତାଙ୍କ ଦିବ୍ୟଦର୍ଶନରେ ଭକ୍ତ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା । ଜଗତରନାଥ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଥିରେ ଧରି ନବଦିନ ବ୍ୟାପୀ ଘୋଷଯାତ୍ରାରେ ବାହାରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ଚିନିଶିଳ୍ପ ନୂଆଗାଁରେ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡିର ଅଣାଯାଇ ରଥାରୁଢ କରାଯାଇଥିଲା । ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁକୂଳ ପାଗ ଯୋଗୁଁ ଜଗନ୍ନାଥ ମନ୍ଦିର ଗୁଡିକ ନିକଟରେ ରଥଟଣା ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ସଂନ୍ଧ୍ୟା ସୁଦ୍ଧା ଆଡପ ମଣ୍ଡପ ନିକଟରେ ରଥ ପହଞ୍ôଚଥିଲା । ସେଠାରେ ୯ ଦିନ ଅବସ୍ଥାନ କରି ଶ୍ରୀଜିଉ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ରଥାରୁଢ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଅସମ୍ଭବ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଚିନିଶିଳ୍ପ ନୁଆଗାଁ, ସୁନାମ୍ବ ସାହି, ବଜାର ସାହି, ଖମ୍ବେଶ୍ୱରୀ ପାଟଣା, କାଳଷଣ୍ଢପୁର, କେନ୍ଦୁପଦର, ନଳବଣ୍ଟା, ପିତଳ ତଥା ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଘୋଷଯାତ୍ରା ଅବସରରେ ଠାକୁରଙ୍କ ରଥଟଣା ବେଳେ ଘଣ୍ଟ, ମୃଦଙ୍ଗ, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ସମବାୟ ଚିନିଶିଳ୍ପ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଦୀର୍ଘ ୨୯ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍‍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ସମବାୟ ଚିନିଶିଳ୍ପର ବହୁ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଚିନିଶିଳ୍ପ ନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକ ଲମ୍ବୋଦର ପଣ୍ଡା ଓ ଶରତ ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଲାଗି ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ସେହିଭଳି ଆସିକା ସହରର ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ଆଇନଜୀବୀ ନାରାୟଣ ମୁନିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଘୋଷଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ରଥଯାତ୍ରାକୁ ସୁପରିଚାଳନା କରିବା ଦିଗରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ, ଆସିକା ଥାନାରେ ଏସ୍‍ଆଇ ଅଲିସ୍ପିତା ଜେନା, କୈଳାଶ ଚନ୍ଦ୍ର ସାହୁ, ଏଏସ୍‍ଆଇ ଶୁବାଷିସ ସ୍ୱାଇଁ, ଅଶୋକ କୁମାର ପଟ୍ଟନାୟକ, ପଞ୍ଚାନନ ପ୍ରଧାନ, ଏମ୍‍.ରାମକ୍ରିଷ୍ଣା, ଆସିକା ଅଗ୍ନିଶମ ବିଭାଗର କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ଅଶୋକ କୁମାର ବାରିକ, ଟିପିଏସ୍‍ଓଡିଏଲ୍‍ର ସହକାରୀ ଯନ୍ତ୍ରୀ ଇଂ. ରାକେଶ୍‍ କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେହିପରି ବଜାର ସାହି,ଖମ୍ବେଶ୍ୱରୀପାଟଣା, କାଳଷଣ୍ଢପୁର, ଗହଙ୍ଗୁ, ନଳବଣ୍ଟା , କେନ୍ଦୁପଦର ସମେତ ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିରରେ ରଥଟଣା କାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଥିଲା ବେଳେ ଭାବବିନୋଦିଆ ରଥାରୁଢ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଟାଣିଟାଣି ନେଉଥିବା ବେଳେ ବେଶ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଘୋଷଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରୁ କିଏ ନଡିଆ ବାଡାଉଥିଲା ତ ଅନ୍ୟ କିଏ ହାତ ଉପରକୁ ଟେକି ଆଶିଷ କାମନା କରୁଥିବା ଦେଖିବାକୁ ମିଳୁଥିଲା । ପବିତ୍ର ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ବିଭିନ୍ନ ବିଭାଗର ପଦାଧିକାରୀମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ