ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ

ଛତ୍ରପୁର ଓ୍ବାଇଏନଏସ): ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ ତମ ଛତ୍ରପୁର ଆଞ୍ଚଳିକ  ସମ୍ମିଳନୀ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ  ଆଦିତ୍ୟ ମିଶ୍ର ଓ ଏସ. ତ୍ରିନାଥ ରେଡ୍ଡୀ ଙ୍କ ସଭାପତିତ୍ୱ ମଣ୍ଡଳୀ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ଆଞ୍ଚଳିକ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ ରାଜନୈତିକ ଚିଠା ଏବଂ ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନା କରିଥିଲେ, ଏହି ଅବସର ରେ ପୂର୍ବତନ ବିଧାୟକ ତଥା ରାଜ୍ୟ  ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ. ନାରାୟଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ପ୍ରଦୀପ ସେଠି ଓ ନୀଳକଣ୍ଠ ଦାଶ,  ଉତ୍କଳ  ଭାରତ ମହିଳା ସମିତି ରେ ଉପସଭା ନେତ୍ରୀ ଏନ. ଭାନୁମତି ରେଡ୍ଡୀ,ଛତ୍ରପୁର ଆଞ୍ଚଳିକ ସମ୍ପାଦକ ଡି ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଆଞ୍ଚଳିକ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ, ଅଖିଳ ଭାରତ ଯୁବ ସଂଘ ର ଜିଲ୍ଲା ସମ୍ପାଦକ କାମଦେବ ନାହାକ, ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, କେ. ସୁକାନ୍ତ ଆଚାରୀ, ଶିକନ୍ଦର ଖାନ ଙ୍କ ଅନ୍ୟାନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିଥିଲେ, ଏହା ସହ ଆଗାମୀ ଦିନରେ ଦଳୀୟ ସଂଗଠନ କୁ କିପରି ମଜବୁତ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା ,  କୃଷି-କୃଷକର ସମସ୍ୟା, ଶ୍ରମିକ ସମସ୍ୟା, ଯୁବ ବେକାରୀ ସମସ୍ୟା, ନିତ୍ୟ ବ୍ୟବହାର ଜିନିଷର ଦରଦାମ ସମସ୍ୟା, ଭାରତ-ପାକିସ୍ତାନ ଯୁଦ୍ଧ ସମସ୍ୟା ଓ ଅନ୍ୟାନ୍ୟ ଆଂଚଳିକ ସମସ୍ୟା ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା, ପ୍ରାରମ୍ଭ ରେ ଦଳୀୟ ପତାକା କୁ ଗୋକୁଳ ଚନ୍ଦ୍ର ପଣ୍ଡା ଉତୋଳନ କରିଥିବା ବେଳେ ସମ୍ମିଳନୀ କୁ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଉଦଘାଟନ କରିଥିଲେ, ଶେଷରେ ସର୍ବ ସମ୍ମତି କ୍ରମେ ଛତ୍ରପୁର ଆଞ୍ଚଳିକ ପରିଷଦ ର ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ସହ – ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ ଙ୍କୁ ଚୟନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ