ନିମ୍ନମାନର କାର୍ଯ୍ୟ ଯୋଗୁ ଭୁଶୁଡି ମେଡିକାଲର ସୁରକ୍ଷା କାନ୍ଥ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): କାର୍ଯ୍ୟ ଆରମ୍ଭରୁ ନିମ୍ନମାନର ହୋଇ ଥିବାଯୋଗୁ ଦୁଇ ବର୍ଷ ମଧ୍ୟ ଗଲା ନାହିଁ ଭୁଶୁଡି ଗଲା ସୁରକ୍ଷା କାନ୍ଥ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦେବା କାନ୍ଥ ଆଜି ଭୁଶୁଡି ପଡିଛି। ଗତ ଦୁଇ ଦିନ ପୂର୍ବରୁ ହୋଇଥିବା ଲଘୁଚାପ ବର୍ଷାରେ ଭିଜି ଥିଲା। ମାଟି ଦବିବା ପରେ ମୂଳରୁ ପ୍ରାୟ ଦଶ ଫୁଟ ଭୁଶୁଡି ପଡିଥିବାରୁ ସାଧାରଣ ରେ କାନ୍ଥ କାର୍ଯ୍ୟକୁ ନେଇ ସମାଲୋଚନା ହେଉଛି।ଏହି କାର୍ଯ୍ୟକୁ ଆରଡ଼ି ବିଭାଗ ଟେଣ୍ଡର ମାଧ୍ୟମରେ ହୋଇ ଥିବାବେଳେ ଠିକାଦାରଅତି ନିମ୍ନମାନର କାର୍ଯ୍ୟ କରିଥିବାରୁ ଏଭଳି ହେଲା ବୋଲି ଚର୍ଚା ହେଉଛି।ଏହି ସୁରକ୍ଷା କାନ୍ଥ ଆରମ୍ଭରୁ ଅତି ନିମ୍ନମାନର କାର୍ଯ୍ୟ କରିଥିବାରୁ କିଛି କିଛି ସ୍ଥାନରେ କାନ୍ଥ ଫାଟି ଆଁ କରିଥିଲା। ଅନେକ ସ୍ଥାନରେ ପଲସ୍ତରା ଖସି ଯାଇଛି। ଉକ୍ତ କାର୍ଯ୍ୟକୁ ମରାମତି କିମ୍ବା ଖରାପ ହେଲେ ଠିକାଦାର ଠାରୁ ଟଙ୍କା ଆଦାୟ କରିବାର ନିୟମ ରହିଛି। କିନ୍ତୁ ଉଭୟ ମିଳିମିଶି ଏଭଳି କାର୍ଯ୍ୟ କରିଥିବାରୁ କିଏ କାର୍ଯ୍ୟ କରିବ ବୋଲି ପ୍ରଶ୍ନ ହେଉଛି। ସେହିଭଳି କୋଟି କୋଟି ଟଙ୍କାର ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଅତି ନିମ୍ନମାନର କାର୍ଯ୍ୟ ହୋଇ ଥିବା କର୍ମଚାରୀ ଉପରସ୍ତ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି କହିଛନ୍ତି। ସୁରକ୍ଷା କାନ୍ଥ ଫାଉଣ୍ଡେସନରେ କେବଳ ଅତି ନିମ୍ନମାନର କାର୍ଯ୍ୟ ଓ ପ୍ଲିନ୍ତ ପଡିନଥିବାରୁ ଏଭଳି ଅବସ୍ଥା ହୋଇଛି ପ୍ରତକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି।ବର୍ତମାନ ସୁରକ୍ଷା କାନ୍ଥ ଭୁଶୁଡି ପଡିଲା ଆଗକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଯିବନି ବୋଲି କହି ହେବନି ବୋଲି କର୍ମଚାରୀ ମାନେ ମ୍ତବ୍ୟକ୍ତ କରିଛନ୍ତି। ଗତ ତିନି ମାସ ମଧ୍ୟରେ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।


