ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଇରଙ୍ଗପୁର,(ୱାଇଏନଏସ): ବହଳଦା ବ୍ଲକ ଅନ୍ତର୍ଗତ ତିଖିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନକେନ୍ଦ୍ରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ତିଖିଆ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପେନ୍ଦ୍ରନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଅଁଳାଯୋଡ଼ି ସରପଞ୍ଚ ସଲମା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବହଳଦା ଏବିଇଓ ସୁଜାତା କର ମହାପାତ୍ର, ଅଁଳାଯୋଡ଼ି ପଞ୍ଚାୟତ ଉଚ୍ଚବିଦ୍ୟାଳୟର ଗୌରକିଶୋର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ସଭାପତି ଅଜୁ ମହାନ୍ତ, ତିଖିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସିଆରସିସି ଶିବ କୁମାର ମହାନ୍ତ, ସାବିତ୍ରୀ ନାଏକ,ମିନତୀ ମାର୍ଣ୍ଡି, ଟିନାମୁନି ସୋରେନ, ସୁରୁବାଲି ମୁର୍ମୁ, ଜ୍ୟତିରଞ୍ଜନ ପଣ୍ଡା, ତିଳୋତ୍ତମା ମହାନ୍ତ, ଯମୁନା ମହାନ୍ତ ଏବଂ ଲିଂଗରାଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକ୍ତୃତା, ବିତର୍କ, ସଙ୍ଗୀତ, ନୃତ୍ୟ, ଶିଳ୍ପକଳା ଓ ସୃଜନଶୀଳତା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଶିକ୍ଷକ ଜଗନ୍ନାଥ ପାତ୍ର ଓ ଶିକ୍ଷୟିତ୍ରୀ ବବିତା ଦାସ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସୁବାଶ ଚନ୍ଦ୍ର ମହାନ୍ତ, ସୁବ୍ରତ କୁମାର ମହାନ୍ତ, ସ୍ୱାଧୀନ ଗିରି ଓ ସୁଶାନ୍ତ କୁମାର ମହାନ୍ତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ