ଆସିକାର ବନ୍ୟା ପ୍ରଭାବିତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫି ଛାଡ ଅନୁରୋଧ
ଆସିକା (ୱାଇଏନ୍ଏସ୍) : ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ଆସିକା ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମୀ ପ୍ରାୟତଃ ଛାରଖାର୍ ହୋଇଯାଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବହୁ ବିଦ୍ୟାଳୟର ଭିତ୍ତିଭୂମୀ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ, ଖାତା ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ବନ୍ୟା ପାଣିରେ ଭିଜି ନଷ୍ଟ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ବନ୍ୟା ପ୍ରଭାବିତ ଆସିକା ଅଞ୍ଚଳର ମାଟ୍ରିକ ପରୀକ୍ଷାର୍ଥୀମାନଙ୍କ ଚଳିତ ଶିକ୍ଷାବର୍ଷର ପରୀକ୍ଷା ଫରମ୍ ଫି ସଂପୁର୍ଣ୍ଣ ରୂପେ ଛାଡ କରିବା ସହ ବିଦ୍ୟାର୍ଥୀମାନଙ୍କ ଅଭିଭାବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦିଗରେ ସରକାର ପଦକ୍ଷେପ ସାଙ୍ଗକୁ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଠ୍ୟପୁସ୍ତକ ଏବଂ ଶିକ୍ଷା ଉପକରଣ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ନିଷ୍ଟ ହୋଇଯାଇଥିଲା ବେଳେ ସମସ୍ତ ବନ୍ୟାବିପନ୍ନ ବିଦ୍ୟାର୍ଥୀମାନଙ୍କୁ ନୁଆଁ ପାଠ୍ୟପୁସ୍ତକ ଆବଶ୍ୟକତା ଅନୁଯାୟୀ ତୁରନ୍ତ ଯୋଗାଣ ଏବଂ ମାଟ୍ରିକ ଫର୍ମ ପୂରଣର ସମୟସୀମା ଆଉ କିଛି ଦିନ ବୃଦ୍ଧି କରିବା ସହ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୁଡିକର ମରାମତି ଓ ପୁନରୁଦ୍ଧାର କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆସିକା ବ୍ଳକ କମିଟି ସଭାପତି ତାରା ପ୍ରସାଦ ମିଶ୍ର ଅନୁରୋଧ କରିଛନ୍ତି ।


