ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର (ସରୋଜ ପଣ୍ଡା):  ଜିଲ୍ଲା ସଂଘ ଓ ଶାଖା ସଂଘ କର୍ମକର୍ତ୍ତାମାନଙ୍କ ମିଳିତ ବୈଠକରେ ଗୃହୀତ ପ୍ରସ୍ତାବ ମୁତାବକ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ତରଫରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ମାଧ୍ୟମରେ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକଙ୍କୁ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ସଂଘର କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ଉପାଧ୍ୟକ୍ଷ ସୁଦର୍ଶନ ଦାସ, ସାଧାରଣ ସମ୍ପାଦକ ଦାମୋଦର ନାୟକ, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ, ସଂଗଠନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ଓ ସଭ୍ୟ ରବିନାରାୟଣ ବେହେରା ଉପସ୍ଥିତ ଥିଲେ। ଏହି ସ୍ମାରକପତ୍ରରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସାଭତ୍ତା ପ୍ରଦାନ, ୬୫ବର୍ଷରୁ ୮୦ ବର୍ଷ ମଧ୍ୟରେ ପ୍ରତି ପାଞ୍ଚବର୍ଷରେ ଶତକଡ଼ା ପାଞ୍ଚ ଲେଖାଏଁ ଅତିରିକ୍ତ ପେନ୍‌ସନ୍ ପ୍ରଦାନ, ବସ୍ ଓ ଟ୍ରେନ୍‌ରେ ଯାତାୟତରେ ରିହାତି, ଚିକିତ୍ସାଳୟ ଓ ବ୍ୟାଙ୍କ୍ ଇତ୍ୟାଦିରେ ସୁବିଧା ପ୍ରଦାନ, କରୋନା ସମୟର ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, କମ୍ୟୁଟେସନ୍ ପେନ୍‌ସନ୍ ପରିଶୋଧ ସମୟର ଅବଧି ଦାସ, ପେନ୍‌ସନରମାନଙ୍କୁ ପରିଚୟ ପତ୍ର ପ୍ରଦାନ, ଉଚ୍ଛେଦ କରାଯାଇଥିବା ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ବିଭାଗ ପୁନଃସ୍ଥାପନ, ଏନ୍‌.ପି.ଏସ୍‌. ଓ ୟୁ.ପି.ଏସ୍‌. ବଦଳରେ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳନ ଆଦି ଦାବି ଅନ୍ତର୍ଭୁକ୍ତ ରହିଛି। ଦାବିଗୁଡ଼ିକର ଯଥାର୍ଥତା ରହିଛି ବୋଲି ସଂଘର କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ ଏଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ