ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବରୀ,(ଚୈତନ୍ୟ ଜେନା) : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସ୍ମୃତିରେ ତାଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆ ଠାରେ ଥିବା ସାମନ୍ତସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଆଶାଲତା ସାମଲ ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ଇତ୍ୟବସରରେ ଅନୁଷ୍ଠାନର ସଭା ପ୍ରକୋଷ୍ଠରେ ଏକ ବର୍ଣ୍ଣାଢ୍ୟ ସମାବେଶରେ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ଆଶା ଦିଦିଙ୍କୁ ଭଲପାଉଥିବା ଶ୍ରଦ୍ଧାଳୁ ମାନଙ୍କ ସମାବେଶରେ ଶ୍ରୀମତୀ ସାମଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ଉପ ଶିକ୍ଷାମଣ୍ଡଳ ଅଧିକାରୀ ସଂଯୁକ୍ତା ମିଶ୍ର, ରସୁଲପୁର ଶିକ୍ଷା ମଣ୍ଡଳର ଉପ ଶିକ୍ଷା ମଣ୍ଡଳ ଅଧିକାରୀ ପଣ୍ଡିତ୍ ଡ. ପ୍ରଭଞ୍ଜନ ପତି, ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଭଲ ମଣିଷ ଟିଏ ଖୋଜା ଚାଲିଥିବା ବେଳେ ସାମାଜିକ ଅବକ୍ଷୟ ଓ ଆମ ମାନଙ୍କର ଦାୟିତ୍ୱବୋଧତାର କେଉଁଠିନା କେଉଁଠି ଅଭାବ ରହୁଛି। ତେଣୁ ସମାଜରେ ବହୁତ ଲୋକ ଅଛନ୍ତି ସତ କିନ୍ତୁ ଭଲ ମଣିଷଟିଏ ମିଳିବାର ଠିକଣା ହଜି ଯାଇଛି ବୋଲି ପ୍ରକାଶ କରିବା ସହିତ ଏହି ଅବସରରେ ଶ୍ରୀମତୀ ସାମଲଙ୍କର ଅବସର ପ୍ରାୟ ସେହି ଭଲ ମଣିଷ ଖୋଜାରେ ଅସୁବିଧା ସୃଷ୍ଟି କରିପାରେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ପଣ୍ଡି୍‌ତ୍ ରବିନ୍ଦ୍ର କୁମାର ପତି ଶିକ୍ଷକ ନେତା ଦିଲ୍ଲିପ କୁମାର ଦାସ, ସିଆରସି ପ୍ରତାପ ଚନ୍ଦ୍ର ସାହୁ, ଶିକ୍ଷାବିତ୍ ଭରତ ଚନ୍ଦ୍ର ଜେନା, ସମାଜ ସେବୀ ତଥା ସାମ୍ବାଦିକ ଚୈତନ୍ୟ ଚରଣ ଜେନା,ବପଞ୍ଚସଖା ଶିକ୍ଷା ସେତୁର ସଭାପତି ବିପିନ ବିହାରୀ ଦାସ, ଶିକ୍ଷାବିତ୍ ବସନ୍ତ କୁମାର ଜେନା, ପରିଚାଳନା କମିଟି ସଭାପତି କାଦମ୍ବିନୀ ଜେନା ପ୍ରମୁଖ ଯୋଗଦାନ କରିଥିବା ବେଳେ ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କବି ବିଶ୍ୱ ବନ୍ଦିତା ଦାସ ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ଜେନାଙ୍କ ଅବସର ତାଙ୍କ ଅନୁଷ୍ଠାନ ପାଇଁ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ସାମନ୍ତସିଂହାର ଉଚ୍ଚ ବିଦ୍ୟାଳୟ ସମଗ୍ର ଯାଜପୁରରେ ଏକ ଗୈାରବମୟ ଗରୀମା ସୃଷ୍ଟି କରିଛି । ଆଜିର ଶିକ୍ଷା ବ୍ୟବସ୍ଥାରେ ବହୁ ଶିକ୍ଷାନୁଷ୍ଠାନ କେହି ବି ପଛ ବାଟରେଆସି ଶୈକ୍ଷିକ ବିକାଶର ବାହା ବାହା ନେଲେ ବି ସାମନ୍ତସିଂହାର ଉଚ୍ଚ ବିଦ୍ୟାଳୟ ସ୍ୱୟଂ ସ୍ୱତନ୍ତ୍ର ବୋଲି ବିଦଗ୍ଧାର ନିର୍ଦ୍ଦେଶକ କବି ଶରତ କୁମାର ଜେନା ପ୍ରକାଶ କରି ସେହି ପଥରେ ଆଶା ଦିଦି ଜଣେ ମାଇଲ ଖୁଣ୍ଟ ବୋଲି ପ୍ରକାଶ କରିଥିଲେ । ତେବେ ଅନୁଷ୍ଠାନର ଶିକ୍ଷକ କର୍ଣ୍ଣ କୁମାର ଜେନା, ଗିରିବାଳା ସାହୁ, ସୁଦାମ ଚରଣ ଜେନା, ସୁଭେନ୍ଦୁ ଦାସ, ମହେଶ୍ୱର ମହାନ୍ତ, ସ୍ୱାଗତିକା ମହାପାତ୍ର, ବର୍ଷା ସାହୁ, ପ୍ରଣତୀ ପ୍ରିୟ ଦର୍ଶିନୀ, ଜ୍ୟୋତି ରଂଜନ ସାମଲ, ତାରାକାନ୍ତ ମଲିକ ପ୍ରମୁଖ ଶିକ୍ଷକ ଶିକ୍ଷିକା ଓ କର୍ମଚାରୀ ମାନେ ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ । ଅନୁଷ୍ଟାନ ଏନ.ସି.ସି ଉଇଙ୍ଗ ଛାତ୍ରଙ୍କ ସହିତ ରବିବାର ହେଲେ ବି ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରି ନିଜର ପ୍ରିୟ ଗୁରୁ ମାଆଙ୍କୁ ଅବସରକାଳିନ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ । ଶେଷରେ ସ୍ୱର୍ଣ୍ଣଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ