ଏବିଓ ଓ ବରିଷ୍ଠ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିପୁର ବ୍ଲକର ଶିକ୍ଷା ବିଭାଗର ଦୁଇ ବରିଷ୍ଠ ଶିକ୍ଷାବିତଙ୍କ ଅବସର କାଳୀନ ସମ୍ବର୍ଧନା ଅନୁଷ୍ଠିତ ହୋଇ ଯାଇଛି। କଲ୍ୟାଣସିଂହପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହନରାଓ କଣ୍ଡାଗିରି ଓ ହରିଜନ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବଚ୍ଛାଙ୍କ ନିଜ ଜୀବନର ଚାକିରୀ କାଳୀନ ଅବସର ଗ୍ରହଣ କରିଥିବାରୁ ଶିକ୍ଷକଙ୍କ ପକ୍ଷରୁ ବିଦାୟ ସମ୍ଭର୍ଧନା ପ୍ରଦାନ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ସମସ୍ତ ଶିକ୍ଷକ, ସିଆରସିସି,କର୍ମଚାରୀଙ୍କ ଉପସ୍ଥିତରେ ଏବିଓ କଣ୍ଡାଗିରୀଙ୍କୁ ଅବସର କାଳୀନ ସମ୍ଭର୍ଧନା ପ୍ରଦାନ କରାଯାଇଥିଲା। ସେହିପରି ବରିଷ୍ଠ ଶିକ୍ଷକ ଶ୍ରୀ ବଚ୍ଛାଙ୍କୁ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଘଣରେ ଉପଢୌକ ପୁଷ୍ପଗୁଛ ପ୍ରଦାନ କରି ବିଦାୟ ସମ୍ଭର୍ଧନା ପ୍ରଦାନ କରିଥିଲେ।


