ଶିକ୍ଷକ ଶଶିଭୂଷଣଙ୍କୁ ଅବସର ସମ୍ବର୍ଦ୍ଧନା
ବନ୍ତ(ଚାନ୍ଦିନୀ ମହାନ୍ତି) : ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଉଦୟପୁର ପ୍ରାଥମିକ ବିଦ୍ୟାଳୟର ଆଦର୍ଶବାନ ତଥା ପରୋପକାରୀ ଦରଦୀ ମଣିଷ ଭାବେ ପରିଚତ ସେବା ନିବୃତ ପ୍ରଧାନ ଶିକ୍ଷକ ଶିଶି ଭୂଷଣ ଜେନାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ସଭାକୁ ଉଦୟପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ତାଙ୍କ ବକ୍ତବ୍ୟରେ କହିଲେ, ଶିକ୍ଷକ ବଗିଚାର ମାଳି ସଦୃଶ, ସେ ଯେମିତି ଚାହିଁବେ ପିଲାଙ୍କୁ ଗଢି ତୋଳି ପାରିବେ । ପିତାମାତା ମାନେ ପିଲାଙ୍କୁ ଜନ୍ମ ଦେବା ପରେ ବିଦ୍ୟାଳୟରେ ଛାଡିଥାନ୍ତି । ସେମାନଙ୍କୁ ସେମାନଙ୍କ ପାଠପଢା ସହ ଉତ୍ତମ ଚରିତ୍ର ଗଠନ କରି ଭବିଷ୍ୟତରେ ଭଲ ଓ ବଡ ମଣିଷ କରିବାରେ ଶିକ୍ଷକ ଶିଶି ଭୂଷଣଙ୍କ ପରି ଲୋକଙ୍କ ସମାଜରେ ଆବଶ୍ୟକତା ରହିଛି ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ବର୍ତ୍ତନା ସରପଞ୍ଚ ବୀଣାପାଣି ପଣ୍ଡା, ପୂର୍ବତନ ସରପଞ୍ଚ ନିରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ମିଶ୍ର, ସାଧନକେନ୍ଦ୍ର ସଂଯୋଜକ ସୁଜିତ କୁମାର ନାୟକ, ସମିତିସଭ୍ୟ ପ୍ରତିନିଧି ପତିତପାବନ କର, ଶିକ୍ଷାବିତ୍ ଚିନ୍ତାମଣି ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସୀ ପଣ୍ଡା, ଆରତୀ ସୁଆର, ସମାଜସେବୀ ମାଧବାନନ୍ଦ ପଣ୍ଡା, ପୂର୍ବତନ ସମିତିସଭ୍ୟ ରଘୁନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ପୂର୍ବତନ ଶିକ୍ଷକ ଶଶି ଭୂଷଣ ଜେନାଙ୍କ ଗୁଣାବଳୀ ଉପରେ ମତବ୍ୟକ୍ତ କରି ଶଶି ସାରଙ୍କ ଶିକ୍ଷକତା ଓ ଶିକ୍ଷାଦାନ ବୃତ୍ତି ନୁହେ ବ୍ରତ ଥିଲା ବୋଲି କହିଥିଲେ । ଆହୁରି ମଧ୍ୟ ଅତିଥି ମାନେ କହିଥିଲେ, ସେ ଖାଲି ଜଣେ ଆଦର୍ଶ ଶିକ୍ଷକ ନଥିଲେ ପାରିପାଶ୍ୱର୍ିକ ଉନ୍ନତି ଓ ଗ୍ରାମର ସୁବିଧା ଅସୁବିଧା ବୁଝି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିବା ବେଳେ ଗୋଟିଏ ବିଦ୍ୟାଳୟରେ ୩୫ ବର୍ଷ ରହି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ଜେନାଙ୍କୁ ବିଦ୍ୟାଳୟର ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ବିଷ୍ଣୁପ୍ରସାଦ ଦାସ ଅତିଥି ପରିଚୟ କରିଥିବା ବେଳେ ଶେଷରେ ସୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ସ୍ୱାଧୀନା, ଜୟଶ୍ରୀ ଓଝା, ଆଦ୍ୟାଶା ଦାସ, ଶାଲିନୀ ସୂତାର, ସାଇନଭାନୁ ଦାସ, ଗାୟତ୍ରୀ ଖିଲାର, ଲିଜାରାଣୀ ରାଉତ, ଶୁଭଲକ୍ଷ୍ମୀ ସୁଆର, ସ୍ୱସ୍ତିସଶ୍ମିତା ପାଣିଗ୍ରାହୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ସକାଳେ ବିଦାୟୀ ଶିକ୍ଷକଙ୍କୁ ନିଜ ଗ୍ରାମ କାନପୁରରୁ ଏକ ଶୋଭାଯାତ୍ରାରେ ଅଣାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମକୁ ମନୋଜ କୁମାର ସ୍ୱାଇଁ, ଭାସ୍କର ପଣ୍ଡା, ଜଳଧର ଦାସ, ରବିନ୍ଦ୍ର ସ୍ୱାଇଁ, ଭୋଳାନାଥ ଦାସ, ପର୍ଶୁରାମ ଦାସ, ପ୍ରଶାନ୍ତ ଦାସ, ଶ୍ୟାମସୁନ୍ଦର ବେହେରା, କାଳନ୍ଦୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।