ଟାଟା ଦ୍ୱାରା ଜମି ହରା ଓ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ 

 ଛତ୍ରପୁର(ଓ୍ବାଇଏନଏସ): ଟାଟା ଦ୍ୱାରା ଜମି ହରା ଓ ତାଲିମ ପ୍ରାପ୍ତ ଯୁବକ /ଯୁବତୀଙ୍କୁ ଦୀପକ ପଟିଲାଇଜର ଓ ପେଟ୍ରୋକେମିକାଲସ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ଦାବୀ ଜୋର ଧରିଛି,  ଏନେଇ ଟାଟା ଷ୍ଟିଲ (ସ୍ୱତନ ଅର୍ଥ ନୈତିକ ଜୋନ ) ଶ୍ରମିକ ସଂଘ ପକ୍ଷରୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଯାଇଛି , ଏହା ସହିତ ଜିଲ୍ଲାପ୍ରଶାସନ ଏବଂ କମ୍ପାନୀ କତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି , ନଚେତ ଆସନ୍ତା ୩୦ ତାରିଖ ଦିନରେ ଦୀପକ ପଟିଲାଇଜର ଓ ପେଟ୍ରୋକେମିକାଲସ କମ୍ପାନୀ ସମ୍ମୁଖରେ ଗଣ ଧାରଣା ରେ ଦିଆଯିବ ବୋଲି ଶ୍ରମିକ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି,  ଟାଟା ଆମକୁ ଧୋକା ଦେଇଛି ଜମି ଦେଲୁ  ଓ ବିସ୍ଥାପିତ ହେଲୁ ଶେଷରେ ଆମକୁ ନିଯୁକ୍ତି ବଦଳ ରେ ଧୋକା ଦେବାରେ ଲାଗିଛି, ଏହାକୁ ବରଦାସ୍ତ କରାଯିବ ନାହିଁ, ଯୁବକ / ଯୁବତୀ ଙ୍କ ହକ ନିମନ୍ତେ ଲଢେଇ ଜାରି ରହିବ ବୋଲି ଶ୍ରମିକ ସଂଘ ର ସଭାପତି ଏନ. ମୋହନ ରେଡ୍ଡୀ ଓ ସାଧାରଣ ସମ୍ପାଦକ ଏନ. ଗଣେଶ ରେଡ୍ଡୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ସୂଚନା ଦେଇଛନ୍ତି, ସେମାନେ କହିବା ଅନୁସାରେ କିଛି ଦିନ ତଳେଦୀପକ ପଟିଲାଇଜର ଓ ପେଟ୍ରୋକେମିକାଲସ କମ୍ପାନୀରେ ନିଯୁକ୍ତି ସକାଶେ ଭୁବନେଶ୍ୱର ଓ ବିଶାଖାପାଟଣା ଠାରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଅଛି, ବଡ଼ ଦୁଃଖ ର କଥା ଆମ ଜମିହାର ଯୁବକ /ଯୁବତୀ ସେଠାକୁ ଯାଇ ନିଯୁକ୍ତି ପ୍ରକ୍ରିୟା ରେ ଭାଗ ନେଇ ନପାରି  ଘର କୁ ଫେରସ୍ତ ହେଉଛନ୍ତି, କାରଣ ପଚାରିଲେ ସେମାନଙ୍କ ପାଖରେ ଅଭିଜ୍ଞତା ନାହିଁ ବୋଲି ଦର୍ଶାଉଛି, ତାହା ହେଲେ ଯୁବକ /ଯୁବତୀ ମାନେ ଦୀର୍ଘ ୫ବର୍ଷ ହେଲା ଫେରୋକ୍ରୋମ, ଟାଟା ଚା କାରଖାନା ରେ ଯେଉଁ ଅଭିଜ୍ଞତା ନେଇଛନ୍ତି ତାହା ବୃଥା ବୋଲି ସେମାନେ ଅଭିଯୋଗ କରିଛନ୍ତି, ଆଗରୁ ଗୋପାଳପୁର ଶିଳ୍ପ ପାର୍କ ରେ ଯେ କୋଣସି କମ୍ପାନୀ ଆରମ୍ଭ ହେଉଥିଲା, ଜମିହାର ଯୁବକ / ଯୁବତୀଙ୍କୁ ଏନ ଟି ଟି ଏଫ ରେ ନିଯୁକ୍ତି ପ୍ରକ୍ରିୟା ହେଉଥିଲା,  ଏଣୁ ସ୍ଥାନୀୟ ଜମିହରା ଓ ବିସ୍ଥାପିତ ଯୁବକ / ଯୁବତୀ ପାଇଁ ଅତିଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଶ୍ରମିକ ସଂଘ ପକ୍ଷରୁ କମ୍ପାନୀ ର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି,  ଏହା ସହିତ ଗତ ୩୦. ୮. ୨୦୧୯ ଆରଡ଼ିସି ଅଫିସ ରେ ହୋଇଥିବା ଆର ପି ଡ଼ି ଏ ସି  ବୈଠକ ନିୟମ କୁ କାର୍ଯ୍ୟକାରୀ କରାଯାଉ,   ନଚେତ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ