ଆସିକାରେ ଆରମ୍ଭ ହେଲା ଶିକ୍ଷା ଅଧିକାର ଆଇନ ନାମଲେଖା

ଆସିକା (ୱାଇଏନ୍‍ଏସ୍‍) : ଶିକ୍ଷା ଅଧିକାର ଆଇନ (ରାଇଟ୍‍ ଟୁ ଏଜୁକେଶନ୍‍) ୨୦୦୯ ଅନ୍ତର୍ଗତ ଧାରା ୧୨ (୧) (ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ପିଲାଙ୍କୁ ସରକାରୀ ସ୍ୱୀକୃତିପ୍ରାପ୍ତ ଘରୋଇ ସ୍କୁଲରେ ମାଗଣା ଶିକ୍ଷା ଦିଆଯାଉଛି । ଏଥିପାଇଁ ଆର୍‍ଟିଇ ପୋର୍ଟାଲରେ ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ପ୍ରଥମ ପର୍ଯ୍ୟାୟରେ ଗତ ଫେବୃୟାରୀ ମାସ ୧୦ ତାରିଖରୁ ମାର୍ଚ୍ଚ ମାସ ୧୦ ତାରିଖରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଲଟେରୀ ମାଧ୍ୟମରେ ସମଗ୍ର ରାଜ୍ୟରେ ପ୍ରଥମ ପର୍ଯ୍ୟାରେ ୨୭୩୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା ବେଳେ ସେଥି ମଧ୍ୟରୁ ୯୩ ଜଣ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ ଆସିକା ଅଞ୍ଚଳର ୨୦ଟି ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ବିଦ୍ୟାର୍ଥୀମାନେ ଆସନ୍ତା ୩୧ ତାରିଖ ମଧ୍ୟରେ ନାମ ଲେଖାଇପାରିବେ ବୋଲି ଜଣାପଡିଛି । ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀମାନେ ସଂପୁର୍ଣ୍ଣ ମାଗଣାରେ ତଥା ନିଃଶୁଳ୍କ ଭାବେ ନିଜର ନାମ ଲେଖାଇପାରିବେ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ