ସତ୍ୟବାନ ସାବିତ୍ରୀ ମନ୍ଦିରରେ ମହିଳା ପାଳିଲେ ସାବିତ୍ରୀ ବ୍ରତ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ହାତରେ ଭୋଗ ମନରେ ଉତ୍ସାହ ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ ଆଗରେ ସଧବା ମହିଳାଙ୍କ ଭିଡ଼ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ପାଳୁଛନ୍ତି ମହିଳା । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାର ରେ ବିଭିନ୍ନ ମନ୍ଦିରରେ ପୂଜା କରି ମନାସୁଛନ୍ତି ସ୍ୱାମୀର ମଙ୍ଗଳ । ସ୍ୱାମୀର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ଆମାବାସ୍ୟା ରେ ଏହି ବ୍ରତ ପାଳନ କରାଯାଇଥାଏ । ଆଜୀବନ ସଧବା ରହିବାକୁ ନାରୀ ମାନେ ସାବିତ୍ରୀ, ସତ୍ୟବାନ ଓ ଯମ ଦେବ ଙ୍କୁ ପୂଜା କରିଥାନ୍ତି। ଶନିବାର ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ବ୍ରତଧାରୀ ମହିଳା ମାନେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମୁଦୁଗଲ ଗ୍ରାମର ସିଧେସ୍ବର ମନ୍ଦିର ପରିସରରେ ଥିବା ସତ୍ୟବାନ ସାବିତ୍ରୀ ମନ୍ଦିର ରେ ସକାଳୁ ସକାଳୁ ମହିଳା ଙ୍କ ଭିଡ଼ ଜମିଛି ।ମନ୍ଦିର ପୂଜାର୍ଚନା କରିବା ସହ ଘରେ ସ୍ୱାମୀ ଙ୍କୁ ପୂଜା କରି ଦିନ ତମାମ ଫଳଆହାର କରି ସ୍ୱାମୀର ମଙ୍ଗଳ ପାଈଁ ପୂଜାର୍ଚନା କରିଛନ୍ତି ସାଧବା ମହିଳା । ଅନ୍ୟ ପଟେ ଅସ୍ତରଙ୍ଗ ବ୍ଲକ ଅଧୀନ ପଶ୍ଚିମେଶ୍ୱର, ଐଶାନେଶ୍ୱର, ଇଶାନେଶ୍ୱର, ଗ୍ରାମେଶ୍ବର ଶହ ବିଭିନ୍ନ ଦେବାଳୟ ରେ ମହିଳା ଭିଡ଼ ଦେଖିବାକୁ ମିଳିଥିଲା। ସମୟ ଗଡ଼ିବା ଶହ ଯୁଗ ମଧ୍ୟ ବଦଳୁଛି। ହେଲେ ବଦଳି ନାହିଁ ପରମ୍ପରା। ଯାହାର ନିଆରା ଉଦାହରଣ ଅସ୍ତରଙ୍ଗ ନିକଟସ୍ତ ସାବିତ୍ରୀ, ସତ୍ୟବାନ ମନ୍ଦିର ରେ। ସାବିତ୍ରୀ ସତ୍ୟବାନ ପୀଠରେ ଉନ୍ନବିଂଶ ଶତାଦ୍ଧିରୁ ଆଜି ପୁରାତନ ପରମ୍ପରା ଅନୁସାରେ ଏଠାରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଠାରେ ମା ‘ସାବିତ୍ରୀ ସତ୍ୟବାନ ପୀଠରେ ବ୍ରତ ପାଳନ କରିଥାନ୍ତି ବ୍ରତଧାରୀ। ବର୍ଷ ବର୍ଷ ଧରି ଏଠାରେ ସତ୍ୟବାନ ଏବଂ ସାବିତ୍ରୀ ଙ୍କ ବିରଳ ମୂର୍ତ୍ତି ପୂଜା ପାଉଛନ୍ତି। ସର୍ବ ପୁରାତନ ଏହି ପୀଠରେ ବିରଳ ମୂର୍ତ୍ତି ପୂଜା ପାଉଛନ୍ତି। ସର୍ବ ପୁରାତନ ଏହି ପୀଠରେ ମା “ଙ୍କୁ ସ୍ଥାପନା କରାଯାଇନାହିଁ। ବରଂ ମା ଏଠାରେ ସ୍ୱୟଂ ଆବିର୍ଭାବ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି। ବର୍ଷକ ତମାମ ମା “ଏଠାରେ ପୂଜା ପାଉଛନ୍ତି। ହେଲେ ସାବିତ୍ରୀ ବ୍ରତ ଦିନ ଏହି ପୀଠ ବେଶ ଚଳଚଞ୍ଚଳ ହୋଇ ଉଠେ। ଏହି ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ମା “ଙ୍କ ଦର୍ଶନ କରିବା ସହିତ ପୂଜାର୍ଚନା କରି ସାନିଧ୍ୟ ଲାଭ କରିବା ପାଇଁ ପହଂଚିଥାନ୍ତି। ତେଣୁ ସାବିତ୍ରୀ ବ୍ରତ ଦିନ ମା “ଙ୍କ ଦର୍ଶନ କରିବା ସହିତ ପୂଜାର୍ଚନା କରି ସାନିଧ୍ୟ ଲାଭ କରିବା ପାଇଁ ପହଂଚିଥାନ୍ତି। ତେଣୁ ସାବିତ୍ରୀ ବ୍ରତ ଦିନ ମା ‘ଙ୍କ ପୂଜାର୍ଚନା କଲେ ସ୍ୱାମୀ ଙ୍କ ଶହ ସପରିବାର ଦୀର୍ଘ ତଥା ନିରାମୟ ଜୀବନ ଅତିବାହିତ ହୋଇ ପାରିବ ବୋଲି ବିଶ୍ୱାସ ରହିଛି। ଯମରାଜ ଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନ ଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ। ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ବିବାହିତା ମହିଳା ମାନେ। ସାବିତ୍ରୀ ନାମ ସ୍ମରଣ କରି ବ୍ରତ କରିବ ସେ ଜନ୍ମେ ଜନ୍ମେ ସଧବା ରହିବ ବୋଲି ବିଶ୍ୱାସ ରହିଛି।ଏଣୁ ବିଭିନ୍ନ ମନ୍ଦିର ରେ ସଧବା ମହିଳା ମାନେ ପୂଜାର୍ଚନା କରିବା ଶହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ