ବେତନଟୀ ପୂର୍ତ୍ତବିଭାଗ ଓ ଠିକାଦାରଙ୍କ ସଲାସୁତୁରା ପାଇଁ କୋଟି କୋଟି ଟଙ୍କାର ରାସ୍ତା ମରଣଯନ୍ତା
ବେତନଟୀ ( ଉଦିତ କୁମାର ପରିଡା ) – ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତବିଭାଗ ଅଧିନରେ ବେତନଟୀ ରୁ ବଡ଼ସାହି ରାସ୍ତା କାର୍ଯ୍ୟ ଅତି ନିମ୍ନମାନରେ ହେଉଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମବାସୀଙ୍କଠାରୁ ଗଣମାଧ୍ୟମ ପ୍ରତିନିଧି ଏହି ରାସ୍ତା ନିମ୍ନମାନର ହୋଇଥିବାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବେତନଟୀ ପୂର୍ତ୍ତବିଭାଗର ବିଭାଗୀୟ ଅଧିକାରୀ କୋୖଣସି କର୍ଣ୍ଣପାତ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏହି ବେତନଟୀରୁ ବଡ଼ସାହି ରାସ୍ତା ଉନ୍ନତିକରଣ ପାଇଁ ୧୯ କୋଟି ୪୪ ଲକ୍ଷ ଟଙ୍କା ଅନୁଦାନ ପୂର୍ବ ସରକାରଙ୍କ ଫଳକ ରେ ଲେଖାଯାଇଥିବା ବେଳେ କାର୍ଯ୍ୟ ସମାପ୍ତି ୦୮/୦୨/୨୦୨୪ ଲେଖାଯାଇଛି। ହେଲେ କାର୍ଯ୍ୟ ସମାପ୍ତି ର ସମୟ ସୀମା ୧୬ ମାସ ବିତିଯିବା ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହେବାର ନାଁ ଧରୁନି । ତେବେ ସବୁଠାରୁ ପରିତାପର ବିଷୟ ଏହି ୧୨ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ଚାରିଆଡେ ପିଚୁ ଉଠି ଖାଲଖମା ଦେଖାଯାଉଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ପଡୁଥିବା ଫେବର୍ ବ୍ରିକ୍ସ ଗୁଡ଼ିକ ଅତି ନିମ୍ନମାନର ହୋଇଥିବା ରୁ ତାହା ମଧ୍ୟ ସ୍ଥାନେ ସ୍ଥାନେ ଉଠିଯାଇ ନଷ୍ଟ ହେବାକୁ ବସିଲାଣି। ତେବେ ଏଠି ଗୋଟିଏ ପ୍ରଶ୍ନ ଯେ ଯଦି ପୂର୍ତ୍ତବିଭାଗର ବିଭାଗୀୟ ଅଧିକାରୀ ମାନେ ସଠିକ୍ ତଦାରଖ କରୁଛନ୍ତି, ତେବେ କଣ ପାଇଁ ଆଜି ଏହି ରାସ୍ତାର ଅବସ୍ଥା ଆଜି ଏଭଳି ଅଛି। ଅତି ନିମ୍ନମାନର କାର୍ଯ୍ୟ ପାଇଁ ଚାରିଆଡେ ପିଚୁ ଉଠି ଗଲାଣି ତ ଆଉ କୋଉଠି ରାସ୍ତା ପାର୍ଶ୍ବରେ ପଡିଥିବା ଫେବର୍ ବ୍ରିକ୍ସ ନଷ୍ଟ ହେବାକୁ ବସିଲାଣି ? ତାର ଉତ୍ତର ପଚାରିଲେ କାହିଁକି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ପୂର୍ତ୍ତବିଭାଗ ର ବିଭାଗୀୟ ଅଧିକାରୀ। ତାହା ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ମୋଟା ଅଙ୍କର ପିସି ଖାଇ ଘରେ ବସି କୋଟି କୋଟି ଟଙ୍କାର ସରକାରଙ୍କ ଅନୁଦାନ କୁ ଆତ୍ମସାତ କରୁଥିବା ଠିକାଦାର ଙ୍କ ଲାଇସେନ୍ସ କୁ କଳା ତାଲିକା ଭୁକ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ଲୋକେ ରାଜ୍ଯ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ତେବେ ଖବର ପ୍ରସାରଣ ହେବା ପରେ ବର୍ତ୍ତମାନର ଦୁର୍ନୀତି କୁ ପ୍ରଶ୍ରୟ ଦେଉନଥିବା ଭାରତୀୟ ଜନତା ପାର୍ଟିର ଡବଲ୍ ଇଞ୍ଜିନ୍ ମୋହନ୍ ସରକାର ଏହି ମୟୂରଭଞ୍ଜ ଜିଲ୍ଲା ବେତନଟ ରୁ ବଡ଼ସାହି ରାସ୍ତା କାର୍ଯ୍ୟ ରେ ହୋଇଥିବା ମହା ଦୁର୍ନୀତିର ତଦନ୍ତ କେବେ କରିବେ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ନେବେ ତାହା ଦେଖିବାକୁ ବାକି ରହିଲା।