ଭତ୍ତା ଅପେକ୍ଷାରେ ରୋହଣୀ ଓ ସୁଶୀଳା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତେ କଣ ଯୋଜନା କରିଛନ୍ତି।ମାତ୍ର ଲୋକଙ୍କୁ କିପରି ସୁବିଧା ମିଳୁଛି ଏହି ଘଟଣାରୁ ଦେଖିବା ମିଳିଛି।କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଡିମିରିଡିହା ଗ୍ରାମର ରୋହଣୀ ନାୟକ ଓ ସୁଶୀଳା ନାୟକ ଏକ ବର୍ଷ ହେଲାଣି ବିଧବା ଭତ୍ତା ଅଲ୍ ଲାଇନ୍ ରେ ଆବେଦନ କରିଥିଲେ।ମାତ୍ର ମାସ ମାସ ବର୍ଷ ପାହିଲାଣି ଉଭୟ ଙ୍କୁ ଭତ୍ତା ମିଳୁନି।ଅନେକ ଥର ଅଭିଯୋଗ କରିଆସୁଥିଲେ ହେଁ କୌଣସି ସୁଫଳ ମିଳିନଥିବା ରୁ ନିରାଶ ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ଏପରି ଅବସ୍ଥାରେ ଦେହ ଖରାପ ହେଲେ ଔଷଧ ପତ୍ର କିଣିବାକୁ ଆର୍ଥିକ ସମସ୍ୟା ଦେଖା ଦେଇଛି।ତୁରନ୍ତ ଜିଲ୍ଲା ପ୍ରଶାସନ ଭତ୍ତା ପ୍ରଦାନ କରିବାକୁ ରୋହଣୀ ଓ ସୁଶୀଳା ନିବେଦନ କରିଛନ୍ତି।


