ସାଧନା ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିିରର ୧୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବରିଷ୍ଠ ଶିକ୍ଷକ ବାବାଜି ଚରଣ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଜନୀ ସେଠୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସେନାପତି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ହରି ନାରାୟଣ ମହାନ୍ତି ଯୋଗ ଦେଇ ଶରୀର ଓ ମନକୁ ସୁସ୍ଥ ରଖିବାକୁ ହେଲେ କ୍ରୀଡାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଦ୍ୟାଳୟ ପ୍ରତିଷ୍ଠାତା ପଦ୍ମଲୋଚନ ବାରିକ ପ୍ରାରମ୍ଭିକ ସୂଚନା, ଅଧ୍ୟକ୍ଷା ସିଲିରାଣୀ ବାରିକ ମଞ୍ଚ ସଂଯୋଜନା ଏବଂ ବରିଷ୍ଠ ଶିକ୍ଷକ ହୃଷିକେଶ ବାରିକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଦିବସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ବକ୍ତୃତା, ମ୍ୟୁଜିକ୍ ଚେୟାର, ବେଲୁନ୍ ପମ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ । କ୍ରୀଡା ପରିଚାଳନାରେ ଶିକ୍ଷୟିତ୍ରୀ କାଦମ୍ବିନୀ ସାହୁ, ବୀଣାପାଣି ଜେନା, ବନିତା ଜେନା, ପୁଷ୍ପିତା ନାୟକ, ସୂଚୀସ୍ମିତା ପରିଡା ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ବେଙ୍ଗଡିଆଁ, ୫୦ମି. ଦୌଡ, ଛୁଞ୍ôଚ ସୂଚା ଦୌଡ, ସାଧାରଣଜ୍ଞାନ, ଗଣିତ ଦୌଡ, ହସ୍ତାକ୍ଷର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨ ଦିନ ବ୍ୟାପୀ ଅନୁଷ୍ଠିତ କ୍ରୀଡାରେ ୮୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ଜଣାଯାଇଛି ।


