ହାଟଡିହି ବ୍ଲକ ରେ ସଫାଇ ମିତ୍ର ସୁରକ୍ଷା ଶିବିର

ହାଟଡିହି (ଓ୍ବାଇଏନଏସ): ସ୍ୱଚ୍ଛତା ହିଁ ସେବା ୨୦୨୫ ଅବସରରେ ପ୍ରତିଦିନ ପ୍ରତି ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିଲା ବେଳେ ଆଜି ହାଟଡିହି ପଞ୍ଚାୟତ ସମିତି ସଭା ଗୃହରେ ସଫାଇ ମିତ୍ର ସୁରକ୍ଷା ଶିବିର ହାଟଡିହୀ ମଣ୍ଡଳ ଉନୟନ ଅଧିକାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ସମସ୍ତ ପଞ୍ଚାୟତରୁ  ୨ଜଣ ଲେଖାଏଁ ସଫାଇ ମିତ୍ର ଯୋଗ ଦେଇଥିଲେ। ହାଟଡିହି ପ୍ରାଥମିକ ଚିକିତ୍ସା ଅଧିକାରୀଙ୍କ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ କର୍ମୀ ମଧୁସ୍ମିତା ଗିରି ଏବଂ ମିନାକ୍ଷୀ ରାଉତଙ୍କ ସହଯୋଗ ରେ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ନମୁନା ପରୀକ୍ଷା ଇତ୍ୟାଦି ହେବା ସହ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । ସଫାଇ କାର୍ଯ୍ୟ ଏବଂ ପୃଥକି କରଣ ସମୟରେ କେମିତି ନିଜକୁ ସୁରକ୍ଷିତ ରଖିବା ସେନେଇ ସ୍ବାସ୍ଥ୍ୟକର୍ମୀ ମାନେ ମତ ଦେଇଥିଲେ। ସଫାଈ ମିତ୍ରଙ୍କର ଭୂମିକା, କାର୍ଯ୍ୟ ବାବଦରେ ଏବିଡ଼ିଓ ରଶ୍ମିରେଖା ନାଏକ  ମତ ଦେଇଥିଲେ । ଶେଷରେ ପରିମଳ ସଂଯୋଜୋକ କାର୍ତ୍ତିକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ