ଆସନ୍ତା ୬ରେ ସମୀର ଟିଭିଏସର ମୁରୁଜ ପ୍ରତିଯୋଗିତା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସମୀର ଟିଭିଏସ ପକ୍ଷରୁ ଏହାର ଦୁହୁରିଆସ୍ଥିତ ମୁଖ୍ୟ ଶାଖାରେ ଆସନ୍ତା ୬ତାରିଖରେ ଏକ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ କେବଳ ଝିଅମାନେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତାରେ କୈାଣସି ଯାନ୍ତ୍ରିକ ବ୍ୟବହାର ହୋଇପାରିବ ନାହିଁ। ପ୍ରତିଯୋଗୀମାନେ କେବଳ ନିଜ ହାତରେ ହିଁ ମୁରୁଜ ପକାଇ ପାରିବେ। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ବାବଦକୁ ଯଥାକ୍ରମେ ୫ହଜାର, ୩ହଜାର ଓ ୨ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯିବ ବୋଲି ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୋବାଇଲ ନଂ- ୯୨୩୭୩୮୧୬୮୫ ଓ ୯୨୩୭୩୮୧୬୯୨ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୋଗଦେବାକୁ ସମୀର ଟିଭିଏସ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ