ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ
ବରୀ,(ଚୈତନ୍ୟ ଜେନା) : ଓଡିଶା ସରକାର ଓ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନିଦେଶିକା ଅନୁଯାୟୀ ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତ କମ୍ପାଗଡ଼ସ୍ଥିତ ସାବିତ୍ରୀ ଦେବୀ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଉଭୟ ସାବିତ୍ରୀ ଦେବୀ ସଂସ୍କୃତ ମହାବିଦ୍ୟାଳୟ ଓ ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ ଚନ୍ଦ୍ରଶେଖରପୁର, ମିଳିତ ଆନୁକୂଲ୍ୟରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ ହୋଇଯାଇଛି।ଆୟୋଜିତ ସଭାରେ ସାବିତ୍ରୀ ଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷା କ୍ଷଣପ୍ରଭା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଲୋକଭାଷା ପ୍ରଚାରସମିତିର ସଂଯୋଜକ ବିଭୁତି ନାରୟଣ କର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ବିଭୁତି ନାଥଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଗୀତାଞ୍ଜଳି କର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଅରୁଣ କୁମାର ନାଥ ଓ ଦୁର୍ଯ୍ୟୋଧନ ନାଥ ସଂସ୍କୃତ ଭାଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଲୋକଭାଷା ସମିତି ଆନୁକୂଲ୍ୟରେ ୩୫ଦିନ ବ୍ୟାପି ସଂସ୍କୃତ ସମ୍ଭାଷଣ ଶିବିରରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ କୁମାର ସାମଲ, ଅରବିନ୍ଦ ଶତପଥୀ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଶିବ ନାରାୟଣ ପଣ୍ଡା, ମହେଶ୍ୱର ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ।


