ଆସିକା ଏସ୍‍ଡିପିଓ ରୂପେ ସୌରଭ ରଂଜନ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

ଆସିକା  (ୱାଇଏନ୍‍ଏସ୍‍): ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ରୂପେ ସୌରଭ ରଂଜନ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ସୌରଭ ରଂଜନ ପ୍ରଧାନ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ରୂପେ ଦାୟିତ୍ୱ ଗ୍ରହଣ କରିବାପରେ ବିଭିନ୍ନ ଥାନାର ଅଫିସର ଏବଂ କର୍ମଚାରୀ ଓ ବହୁ ସଚେତନ ନାଗରିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ କାର୍ଯ୍ୟାଳୟ ପରିସର ଭୁକ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଅପରାଧ ଦମନ, ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସଦାସର୍ବଦା ସୁସଂପର୍କ ରହିବା, ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅଧିକରୁ ଅଧିକ ଦୃଢୀଭୂତ କରିବା, ଟ୍ରାଫିକ୍‍ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ନୂତନ ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ପ୍ରକାଶ କରିଛନ୍ତି। ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସ୍‍ଡିପିଓ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ୨୦୨୧ ବ୍ୟାଚ୍‍ର ଓସିଏସ୍‍ ପାହ୍ୟାର ଅଫିସର ସୌରଭ ରଂଜନ ପ୍ରଧାନଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ