’ବେଟି ବଞ୍ଚାଅ, ବେଟି ପଢ଼ାଅ’ କାର୍ଯ୍ୟକ୍ରମ
ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପକ୍ଷରୁ “ବେଟି ବଞ୍ଚାଅ, ବେଟି ପଢ଼ାଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସପାଲ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀ ଉତ୍କର୍ଷା ପ୍ରଧାନଙ୍କ ମାଆ ଲକ୍ଷ୍ମୀ ସାହୁ ବିଦ୍ୟାଳୟକୁ ଆସି ବାଳିକାମାନଙ୍କର ଶିକ୍ଷା ଓ ଉନ୍ନତୀ ଦିଗରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ମୋ ଝିଅ ମୋ ପାଇଁ ଗର୍ବ ବୋଲି କହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ତରଫରୁ ମଧ୍ୟ ଏକ ସଚେତନତା ରାଲି କରାଯାଇଥିଲା। ଏଥିରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରାବଣୀ ଦାଶ ଓ ଈଶ୍ଵରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।