ଆଖୁଚାଷ ବୃଦ୍ଧି ଲାଗି ବୈଠକ
ଶେରଗଡ (ଓ୍ବାଇଏନଏସ): ଆଖୁଚାଷ କୁ ଅଧିକରୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟରେ ଶେରଗଡ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଆସିକା ସମବାୟ ଚିନି ଶିଳ୍ପ ଏବଂ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଈଯାଈଛି। ଆଜିର ଏହି ବୈଠକରେ ଆସିକା ସମବାୟ ଚିନି ଶିଳ୍ପ ର କେନ ମ୍ୟାନେଜର ପ୍ରଶାନ୍ତ କୁମାର ପାଢୀ ଓ ସମବାୟ ଚିନି ଶିଳ୍ପର ପରିଚାଳନା ବୋର୍ଡ ନିର୍ଦ୍ଦେଶକ ଉଦୟନାଥ ପ୍ରଧାନ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ ଆଖୁଚାଷ କରି ଲାଭାନ୍ବିତ ହେବାକୁ ପରାମର୍ଶ ଦେବା ସହ ଆଖୁ ଚାଷର ଦ୍ରୁତ ଅଭିବୃଦ୍ଧି ଲାଗି ସରକାର ଏବଂ ଆସିକା ଚିନି ଶିଳ୍ପ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ପ୍ରକାଶ କରିଥିଲେ। ବର୍ତ୍ତମାନ ପାଣିର ଘୋର ଅଭାବ ଥିବାରୁ ବହୁତ କମ ଜଳସେଚନ ରେ କିଭଳି ଚାଷୀ ନିଜର ଆଖୁଚାଷ କୁ ଆଗକୁ ନେଈପାରିବେ,ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଚାଷୀଙ୍କ ଲାଗି ଜମିରେ ଜଳସେଚନ କୁ ସୁବିଧା କରିବା ଲାଗି ସରକାରଙ୍କ ତରଫରୁ ଥିବା ବିଭିନ୍ନ ପଦକ୍ଷେପ କୁ ବ୍ଲକ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର ପ୍ରକାଶ କରିବା ସହ ଏହି ସୁବିଧା ର ସଦୁପଯୋଗ କରିବା ଲାଗି ସମସ୍ତ ଚାଷୀ ଙ୍କୁ ଉପଦେଶ ଦେଈଥିଲେ। ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶେରଗଡ ଅତିରିକ୍ତ କୃଷି ଅଧିକାରୀ ଶ୍ରୀମତି ସ୍ବାଗତିକା ଦାସ,ଶେରଗଡ-ଦିଗପହଣ୍ଡି ସୁପରଭାଈଜର ଚିରଞ୍ଜିବୀ ମହାନ୍ତି ଉପସ୍ଥିତ ଥିବା ବେଳେ ଶେରଗଡ ଫିଲଡମ୍ୟାନ ରାଜଗୋପାଳ ପାଢ଼ୀ,ତାକରଡା ଫିଲଡମ୍ୟାନ ଧବଳେଶ୍ବର ମହାନ୍ତି, କାଚଖଣ୍ଡି ଫିଲଡମ୍ୟାନ ଅମୀୟ ବିଶ୍ବାଳ ଙ୍କ ସହିତ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୈଠକ କୁ ପରିଚାଳନା କରିଥିବା ବେଳେ ଆଖୁଚାଷୀ ଅଜୟ କୁମାର ପାଢୀ,ନିତ୍ୟାନନ୍ଦ ପଣ୍ଡା, ସମୀର ରାଉତ, ଅକ୍ଷୟ କୁମାର ମୁନୀ,ତ୍ରିନାଥ ଗୌଡ, ହଂସ ଗୌଡ, ବିପ୍ର ଗୌଡ, ମହେନ୍ଦ୍ର ଗୌଡ ଙ୍କ ସହିତ ଆଖପାଖ ଅଞ୍ଚଳର ବହୁ ଆଖୁଚାଷୀ ଉପସ୍ଥିତ ଥିଲେ।


