ପୋଲିସ ଅଧିନିୟମ ୩୦ ଧାରା ଜିଲ୍ଲାରେ ବଳବତ୍ତର

 କଟକ, (ଓ୍ବାଇଏନଏସ): ସବିଶେଷ ସୂଚନା ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଶ୍ରମିକ ସାମୁଖ୍ୟ/ଛାତ୍ରସଂଘ ଇତ୍ୟାଦି ଏବଂ ଅନ୍ୟାନ୍ୟ ଶ୍ରେଣୀ /ଗୋଷ୍ଠୀର ଲୋକମାନଙ୍କ ଦ୍ଵାରା ଶୋଭାଯାତ୍ରା ଓ ସାଧାରଣସଭା ଆଦି ସର୍ବସାଧାରଣସ୍ଥାନ/ ସାହି ଏବଂ କଟକ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନମାନଙ୍କରେ ସଂଗଠିତ ହୋଇଥାଏ । ଏହି ଶୋଭାଯାତ୍ରା ଓ ସାଧାରଣସଭା ଗୁଡିକୁ ସର୍ବସାଧାରଣସ୍ଥାନରେ ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ ଅଧିନିୟମ ୩୦ ଅନୁଯାୟୀ ଜିଲ୍ଲାର ସମସ୍ତ ୨୧ଗୋଟି ପୋଲିସ ଥାନା ଯଥା- ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ, ମାହାଙ୍ଗା, ଭଦ୍ରେଶ୍ଵର ,କିଶନନଗର, ନିଆଳି, ଗୋବିନ୍ଦପୁର, ଓଲଟପୁର ,ଟାଙ୍ଗୀ, ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଆଠଗଡ, ତିଗିରିଆ, ବଡମ୍ବା, ମାଣିଆବନ୍ଧ, ନରସିଂହପୁର, ଯୋଡୁମ , କାନପୁର, ବାଙ୍କୀ ଓ ଭଦ୍ରେଶ୍ଵର ପୋଲିସ ସୀମା ମଧ୍ୟରେ ଆଦେଶନାମା ଜାରି କରାଯାଇଛି ।  ଏଠାରେ ସୂଚୀତ କରାଯାଇପାରେ ଯେ, ତା୦୬ .୦୮ .୨୦୨୫ ରିଖ ଠାରୁ ତା୦୩ .୧୧.୨୦୨୫ ରିଖ ମଧ୍ୟରେ ଯଦି କୌଣସି ରାଜନୈତିକ ସଂଗଠନ /ବ୍ୟକ୍ତିବିଶେଷ, ସାମୁହିକଭାବେ ଶୋଭାଯାତ୍ରା/ ଧାରଣା/ଅନିୟନ୍ତ୍ରିତ ଗହଳି ସଂଗଠିତ ହେଉଥିବା ଓ ଏଥିଜନିତ ଶାନ୍ତିଭଙ୍ଗ ହେବାର ଆଶଙ୍କା ଥିଲେ ସେଥିନିମନ୍ତେ ସଂପୃକ୍ତ ଅଞ୍ଚଳ ଉପଖଣ୍ଡ ପୋଲିସ ଅଧିକାରୀ/ ପୋଲିସ ନିରୀକ୍ଷକ / ଭାରପ୍ରାପ୍ତ ଅଧିକାରୀଙ୍କ ଠାରୁ ୩୦ଧାରା ଅନୁଯାୟୀ ଅନୁମତି ପ୍ରାପ୍ତ କରିବାକୁ ହେବ ବୋଲି କଟକ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ଆଦେଶନାମାରେ ପ୍ରକାଶ କରିଛନ୍ତି।  ବିଶେଷ ଭାବରେ ସାଧାରଣସଭା ସଂଗଠିତ କରିବା ନିମନ୍ତେ ଆବେଦନକାରୀ ସମୟ, ସ୍ଥାନ ଓ ଉଦ୍ଦେଶ୍ୟ ଏବଂ ସ୍ଥିରୀକୃତ ବକ୍ତାମାନଙ୍କ ନାମ ସୂଚୀତ କରିବାକୁ ଆଦେଶନାମାରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶୋଭାଯାତ୍ରା କ୍ଷେତ୍ରରେ ଦରଖାସ୍ତ ଗୁଡିକ ଏହାର ଗନ୍ତବ୍ୟସ୍ଥଳ , ରହଣୀସ୍ଥାନ , ସମୟ , ଅଂଶଗ୍ରହଣକାରୀଙ୍କ ଆନୁମାନିକ ସଂଖ୍ୟା , ଯଦି ଡାକବାଜି ଯନ୍ତ୍ର ଓ ସଂଗୀତ ଯନ୍ତ୍ରାଂଶର ଆବଶ୍ୟକ ଥାଏ, ତେବେ ଏହାର ସଂଖ୍ୟା ନିରୂପଣ ପୂର୍ବକ ଉଲ୍ଲେଖ କରିବା ଆବଶ୍ୟକ । ଏଥିସହ ଆବେଦନକାରୀ ଯଦି ଆତସବାଜି ପ୍ରଦର୍ଶନ କରିବାକୁ ଚାହୁଁଥାନ୍ତି ତେବେ ତାହା କେଉଁ ଶ୍ରେଣୀଭୁକ୍ତ ଏବଂ ଏହାର ନିର୍ଦ୍ଧାରିତ ସମୟ ଓ ପ୍ରଦର୍ଶନ ସ୍ଥାନ ସୂଚୀତ କରିବାର ଆବଶ୍ୟକତା ରହିଛି ବୋଲି ଆଦେଶନାମାରେ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତି ମୁତାବକ, ଅନୁଜ୍ଞାପତ୍ର (Licence) ପ୍ରାପ୍ତ ନିମନ୍ତେ ପ୍ରତ୍ୟେକ ଦରଖାସ୍ତ ସଂପୃକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ କାର୍ଯ୍ୟକ୍ରମ ସଂଗଠିତ ହେବାର ସର୍ବନିମ୍ନ ୩ଦିନ ପୂର୍ବରୁ ପହଞ୍ଚିବା ଆବଶ୍ୟକ । ଏଠାରେ ସୂଚୀତ କରାଯାଇପାରେ ଯେ, ଏହି ଆଦେଶନାମା ପୂର୍ବସୂଚୀତ ଅଞ୍ଚଳଗୁଡିକରେ ୯୦ଦିନ ପର୍ଯ୍ୟନ୍ତ ତା ତା୦୬ .୦୮ .୨୦୨୫ ରିଖ ଠାରୁ ତା୦୩.୧୧.୨୦୨୫ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ବୋଲି ଜଣାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା ଏହି ଆଦେଶନାମା ସଂଖ୍ୟା ୨୪୧୨/ ନ୍ୟାୟିକ ତା୨୬ .୦୮.୨୦୨୫ରିଖରେ ଅନୁମୋଦନ ଲାଭ କରିଛି ବୋଲି କଟକ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ