ପ୍ରତିବାଦ କରିବାରୁ ଆକ୍ରମଣ

ଉଦଳା,(ରାଜୀବ କୁମାର ବେହେରା) : ଉଦଳା ଥାନାଠାରୁ କିଛି ଦୂରତା ବ୍ୟବଧାନରେ ଜନଗହଳିପୂର୍ଣ୍ଣ ମଝି ରାସ୍ତାରେ ଘଟିଛି ଗଣ୍ଡଗୋଳ । ଘଟଣା ପରେ ଉଦଳାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାକୁ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏବେ ଗଣ୍ଡଗୋଳ ସମୟର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି କିପରି କିଛି ଦୁର୍ବୃତ୍ତ ଦିବାଲୋକରେ ଦୁଇ ଯୁବକଙ୍କୁ ଚାପୁଡ଼ା, ବିଧା, ଗୋଇଠା ଓ ମୁଥ ମାରି ଲହୁଲୁହାଣ କରୁଛନ୍ତି । ଏହି ଦୃଶ୍ୟ ସାଧାରଣ ଲୋକଙ୍କ ମନରେ ଭୟ ଓ କ୍ଷୋଭ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ଘଟଣା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଥାନାରୁ ଜାମିନରେ ଛାଡ଼ିଦିଆଯାଇଥିବା ଅଭିଯୋଗ ଉଠିଛି । ଆଇନକୁ ହାତକୁ ନେଇ ରାସ୍ତାରେ ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି ଏତେ ଉଦାର ମନୋଭାବ କାହିଁକି ବୋଲି ଚର୍ଚ୍ଚା ଚାଲିଛି । ଏକ ରାସ୍ତା କାମରେ ଫଳକ ନଥିବାକୁ ନେଇ ପ୍ରତିବାଦ କରିବାରୁ ଦୁଇ ଯୁବକଙ୍କ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଯଦି ସାଧାରଣ ଲୋକେ ଅନିୟମିତତା ବିରୋଧରେ ମୁହଁ ଖୋଲିଲେ ଏଭଳି ଭାବେ ମାଡ଼ ଖାଇବେ, ତେବେ ସାଧାରଣ ଲୋକ ନ୍ୟାୟ ପାଇଁ କାହା ପାଖକୁ ଯିବେ ବୋଲି ପ୍ରଶ୍ନ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ